ଜିଲା ମୁଖ୍ୟଚିକିତ୍ସାଳୟ ଉପରେ ଭରଷା ନାହିଁ ସବୁ ରୋଗୀ ଆନ୍ଧ୍ର ମୁହାଁ: ରାୟଗଡାରେ ଜାଣିପାରିଲେନାହିଁ ବିଶାଖପଟଣାରେ ହେଲା ଡେଙ୍ଗୁ ଚିହ୍ନଟ ବେସରକାରୀ ଚିକିତ୍ସାଳୟରେ ୨ଭଉଣୀ ଭର୍ତ୍ତି

ରାୟଗଡା, ୪/୭/(ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ)- ଜିଲା ମୁଖ୍ୟଚିକିତ୍ସାଳୟ ଉପରେ ଆଉ ଭରଷା ନାହିଁ। ସ୍ୱାସ୍ଥ୍ୟସେବା ଜିଲାବାସୀଙ୍କ ଆସ୍ଥାଭାଜନ ହୋଇପାରୁନାହିଁ। ଏଠାକାର ଚିକିତ୍ସା ପଦ୍ଧତି ଉପରେ ଆସ୍ଥା ତୁଟାଇ ଲୋକେ ଆନ୍ଧ୍ରମୁହା ହେବାରେ ଲାଗିଛନ୍ତି। ଜେକେପୁରର୨ଭଉଣୀ ରାୟଗଡାରୁ ଯାଇ ବିଶାଖପାଟଣାରେ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବାପରେ ଜିଲା ମୁଖ୍ୟଚିକିତ୍ସାଳୟର ବିଫଳତାର କଥା କହୁଛି। ସାଧାରଣ ଜ୍ୱର ହୋଇଥିବା କହି ଔଷଧ ଦେଇ ଫେରିଯାଇଥିବା ଶୁଭସ୍ମୀତା ମହାପତ୍ର ଓ ଭିମାନୀ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ତାରେ ସୁଧାର ଆସିନଥିଲା। ବାଧ୍ୟହୋଇ ବିଶାଖପାଟଣାର ଏକ ବେସରାକରୀ ଚିକିତ୍ସାଳୟକୁ ନେବାପରେ ୨ଭଉଣୀ ଗୁରୁତର ରୂପେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ଏଠାକାର ସ୍ୱାସ୍ଥ୍ୟସେବାକୁ ଏଡାଇ ବାହାରକୁ କାହିକି ଯାଉଛନ୍ତି ତହା ଏହି ଦୁଇ ଭଉଣୀଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ରାୟଗଡା ସହର ଠାରୁ ମାତ୍ର ୧୦କିଲୋମିଟର ଦୂର ଜେକେପୁର ବିସି ରୋଡରେ ସଚିଦାନନ୍ଦ ମହାପାତ୍ର ରହନ୍ତି। ତେବେ ଗତ ୫ଦିନ ତଳେ ୧୫ବର୍ଷୀୟା ଶୁଭସ୍ମୀତା ମାହାପତ୍ରା ଏବଂ ଭିମାନୀ ମହାପାତ୍ର ୨ଝିଅଙ୍କୁ ଜ୍ୱର ହୋଇଥିଲା। ପ୍ରଥମେ ସ୍ଥାନୀୟ ଇଏସଆଇ ଚିକିତ୍ସାଳୟରେ ଉଭୟଙ୍କୁ ଦେଖାଇଥିଲେ। ଦୁଇଦିନ ଧରି ଚିକିତ୍ସାପରେ ନକିମିବାରୁ ୨ଭଉଣୀଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟକୁ ଆଣି ଚିକିତ୍ସା କରିବାପରେ ଉଭୟଙ୍କୁ ଥଣ୍ଡାରୁ ଜ୍ୱର ହୋଇଥିବା କହି ଡାକ୍ତର ଔଷଧ ଦେଇ ଫେରାଇଦେଇଥିଲେ। ଔଷଧ ଖାଇବାପରେ ତିଲେମାତ୍ର ଜ୍ୱର ନକମିବାରୁ ପରିପାଶ୍ୱୀକ ସ୍ଥିତିକୁ ଦେଖି ଅନ୍ୟଙ୍କ ପରମର୍ଶ କ୍ରମେ ବାପା ସଚିଦାନନ୍ଦ ଦୁହିଁକୁ ବିଶାଖପାଟଣା ନେବାପାଇଁ ସ୍ଥିରକରି ସୋମବାର ନେଇଯାଇଥିଲେ। ତେବେ ସେଠାରେ ମାଇ କ୍ୱୁଅର ନାମକ ଏକ ବେସରାକରୀ ଚିକିତ୍ସାଳୟରେ ରକ୍ତର ବିଭିନ୍ନ ଦିଗକୁ ପରିକ୍ଷା କରିବାପରେ ଦୁଇ ଭଉଣୀଙ୍କ ରକ୍ତରେ ଡେଙ୍ଗୁ ଭୂତାଣୁ ଥିବା ଡାକ୍ତର ଜାଣିପାରିଥିଲେ। ଉଭୟଙ୍କୁ ଏକ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଥିବା ଜଣାପଡିଛି।

ଚିକିତ୍ସା ନୁହେଁ ତଥ୍ୟ ଲୁଚାଇବାରେ ବିଭାଗ ବ୍ୟସ୍ତ

ଗୋଟିଏ ପଟେ ଚିକିତ୍ସା ନପାଇ ଲୋକେ ହାହାକାର ହୋଉପଡୁଥିବାବେଳେ ବିଭାଗ ତଥ୍ୟ ଲୁଚାଇବାରେ ବ୍ୟସ୍ତ ହୋଇପଡିଛି। ଭୂଲ୍ୟ ତଥ୍ୟ ଗଣମାଧ୍ୟମକୁ ଦେଇ ଡେଙ୍ଗୁ ହୋଇନାହିଁ ବୋଲି ପ୍ରମାଣିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲାପ୍ରଶାସନ ପ୍ରମାଣିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଗତ ରବବାର ଦିନ ସ୍ୱାସ୍ଥ୍ୟ ଓ ପରିମଳକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମରେ ଡେଙ୍ଗୁ ରେଗୀଙ୍କୁ ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ବିଭାଗ ଓ ଜିଲା ପ୍ରଶାସନ ରେଗ ଉପସମ ନୁହେଁ ରୋଗୀଙ୍କ ସଂଖ୍ୟା ଲୁଚାବାରେ ବ୍ୟସ୍ତ ହୋଇପଡିଛି। ସଚେତନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ କର୍ମଚାରୀଙ୍କ ଜରିଆରେ ପ୍ରେସ ରିଲିଜ ବଣ୍ଟାଯାଇଥିଲା। ଗଣମାଧ୍ୟମ ପ୍ରତିନିଧି ମାନେ ସେଥିରେ ଅଧିକାରୀଙ୍କ ଦସ୍ତଖତ ନଥିବା ନଜରକୁ ଆଣିବପରେ ତୁରନ୍ତ ସେହି ନୋଟକୁ ସିଡିଏମଓଙ୍କ ନଜରକୁ ନିଆଯାଇଥିଲା। ତେବେ ଜିଲାପାଳ ଓ ସିଡିଏମଓଙ୍କ ଆପେଷ ଆଲେଚନା ପରେ ପ୍ରେସ ରିଲିଜକୁ ରଖିଦିଆଯାଇଥିଲା। ତେବେ ବିଡମ୍ବନାର କଥାଯେ, ଉକ୍ତ ପ୍ରେସ ରିଲିଜରେ ଜିଲାର ଜେକେପୁର, ମୁନିଗୁଡା ଓ ଅଭଳାଭଟା ଗ୍ରାମରୁ ୧୧ଜଣଙ୍କ ଠାର ଡେଙ୍ଗୁ ହୋଇଥିବା ତଥ୍ୟ ଉଲେଖ ରହିଥିଲା। ପରବର୍ତ୍ତୀ ସମୟରେ ଏସର୍ମ୍ପରେ ସିଡିଏମଓ ଚନ୍ଦ୍ରିକା ପ୍ରସାଦ ଦାସଙ୍କୁ ପଚାରିବାରେ ବିଭାଗ ପକ୍ଷରୁ କୌଣସି ପ୍ରେସ ରିଲିଜ ଦିଆଯାଇନାହିଁ ବୋଲି ସ୍ପଷ୍ଟ ମନା କରିଦେବାସହ ସଚେତନ କାର୍ଯ୍ୟକ୍ରମରେ କିଏ ବାଣ୍ଟିଛି ତାହା ମଧ୍ୟ ଜାଣିନଥିବା ସେ ସଫେଇ ଦେଇଥିଲେ। ତେବେ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ହୃଦବୋଧ କରି ସ୍ୱାସ୍ଥ୍ୟ ବିଭାଗର ସଚିବ ପ୍ରମେଦ କୁମାର ମେହେର୍ଦ୍ଦା ଡେଙ୍ଗୁର ସ୍ଥିତି ସମ୍ପର୍କରେ ଜବାବ ତଲବ କରିଛନ୍ତି। ଘଟଣାର ସବିଶେଷ ବିବରଣୀ ପ୍ରଦାନ କରିବାକୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଡେଙ୍ଗୁକୁ ରୋକିବାରେ ପ୍ରଶାସନ ବିଫଳ:କଂଗ୍ରେସ

ଜିଲାରେ ଉପୁଜିଥିବାଡେଙ୍ଗୁ ସମସ୍ୟାକୁ ନେଇ ଜିଲା କଂଗ୍ରେସ ଉଦବେଗ ପ୍ରକାଶ କରିଛି। ଆନ୍ଧ୍ରମୁହା ହେଉଥିବା ରୋଗିଙ୍କୁ ଉତ୍ତମ ଚିକିତ୍ସା ଯୋଗଇଦେବା, ପରିମଳ ଜନିତ ସମସ୍ୟାରେ ତୁରନ୍ତ ସୁଧାର ଆଣିବାକୁ ଜିଲାପଳଙ୍କ ଉଦେ୍ଦ୍ୟଶରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଡେଙ୍ଗୁ ହେଉବା ମ୍ୟାଲେରିଆ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ବ୍ୟାପିଥାଏ, ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି। ସାରା ଜିଲାତ ଦୂରରକଥା ମାସିକ ଲକ୍ଷାଧିକ ଟଙ୍କା ଶ୍ରାଦ୍ଧ କରାଯାଉଥିବାବେଳେ ପୌରପରିଷଦରେ ରହୁଥିବା ଲୋକଙ୍କୁ ମଧ୍ୟ ଗୋଟିଏ ସୁସ୍ଥ ଜୀବନ ଦେଇପାରୁନଥିବା ଅତି ଦୁର୍ଭାଗ୍ୟ ଜନକ ବୋଲି ଜିଲ କଂଗ୍ରେସ ସଭାପତି ଦୁର୍ଗପ୍ରସାଦ ପଣ୍ଡା କହିଛନ୍ତି। ସହରର ସବୁ ଛକ ସାହି ମୁଣ୍ଡରେ କୁଢ଼କୁଢ଼ ଆବର୍ଜନା ଠୁଳ ହୋଇଛି। ଅନ୍ତତପକ୍ଷେ ବର୍ଷଦିନରେ ପୌରପରିଷଦ ତତ୍ପର ହୋଇ ସଫେଇ କାର୍ଯ୍ୟକୁ କତ୍ୱରାନ୍ୱୀତ କରିବା ଜରୁରୀ ରହିଛି। ଅପରପକ୍ଷରେ ସମସ୍ତ ଚିକିତ୍ସା ଯୋଗଇ ଦିଆଯାଉଥିବା ସ୍ୱାସ୍ଥ୍ୟ ବିଭାଗ ଓ ସରକାର ନାରା ଦେଉଥିବାବେଳେ ଏଠାକାର ରୋଗି ଚିକିତ୍ସା ନପାଇ ଆନ୍ଧ୍ର ମୁହା ହୋଉଛନ୍ତି। କହିବାକୁ ଗଲେ ଜିଲାର ସ୍ୱାସ୍ଥ୍ୟସେବା ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏ ସବୁ ସମସ୍ୟାକୁ ନେଇ ମଙ୍ଗଳବାର ଏକ ସ୍ମାରକପତ୍ର ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଅତିଶୀଘ୍ର ଏସବୁରେ ସୁଧାର ନାଆସିଲେ ଜିଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋନଳ କରିବାକୁ ବାଧ୍ୟହେବ ବୋଲି ଅତିରିକ୍ତ ଜିଲାପାଳଙ୍କୁ କହିଛନ୍ତି। ତେବେ ଏସମ୍ପର୍କରେ ଅତିରିକ୍ତ ଜିଲାପାଳ ସୁଧାକର ଶବରଙ୍କୁ ପଚାରିବାରେ ଅଭିଯୋଗ ପତ୍ର ପାଇଛି। ଜିଲାପାଳଙ୍କ ଦୃଷ୍ଟିକୁ ନେଇ ତାଙ୍କ ନିର୍ଦ୍ଦେଶ ପ୍ରକାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *