ଜିଲା ମହୋସôବ ଯଯାତିର ଚତୁର୍ଥ ସଂଧ୍ୟା——– ମହୋସôବ ପଡିଆରେ ସଂଗୀତର କମ୍ପନ

ଯାଜପୁର-୧୩/୧୧( ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ମହୋସôବ ‘ଯଯାତି’ର ଥିଲା ଚତୁର୍ଥ ସଂଧ୍ୟା । ଆଜି ସଂଧ୍ୟା ଥିଲା ସଂଗୀତ ସଂଧ୍ୟା । ଏହି ସଂଗୀତ ମହୋସôବ ପଡିଆରେ କମ୍ପନ ସୃଷ୍ଟି କରିଥିଲା । ଆଜିର ସଂଧ୍ୟାକୁ ମୁଖ୍ୟଅତିଥି ଜିଲାପାଳ ରଂଜନ କୁମାର ଦାସ ଉଦ୍ଘାଟନ କରିଥିଲେ । ସଭାରେ ସମ୍ମାନୀତ ଅତିଥିଭାବେ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଓ ଯାଜପୁର ପୈାରପାଳ ଭବପ୍ରକାଶ ଦାସ ଯୋଗଦାନ କରିଥିଲେ । ସଭାପରେ ଆରମ୍ଭ ହୋଇଥିଲା ସଂସ୍କୃତିକ ସଂଧ୍ୟା । କାର୍ଯ୍ୟକ୍ରମର ପ୍ରଥମ ଚରଣରେ କଟକ ବାଙ୍କିର ସିଂହମ ଗୃପ ଦ୍ୱାରା ରାଜ୍ୟର ଲୋକ ସଂସ୍କୃତିକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଆ ଚଳଣୀର ନିତ୍ୟ ନୈମିତ୍ୟ ଜୀବନ ଚର୍ଯ୍ୟାର ପରିପ୍ରକାଶ ଦେଖିବାକୁ ମିଳିଥିଲା । ରାଜ୍ୟର ସମସ୍ତ ପର୍ବପର୍ବାଣୀକୁ କଳାକାରମାନେ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଚମକôାର ଢଙ୍ଗରେ ଉପସ୍ଥାପନ କରିଥିଲେ । ଯାହା ଦର୍ଶକ ମାନଙ୍କୁ କାର୍ଯ୍ୟକ୍ରମ ମଂଚକୁ ଆକର୍ଷିତ କରିବାକୁ ବାଧ୍ୟ କରିଥିଲା । ହଜାର ହଜାର ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଉଦ୍ଧବ କର ଓ ଯାଜପୁର ଏସପି ଚରଣ ସିଂ ମୀନା ଏହି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ । ଦ୍ୱିତୀୟ ପର୍ଯ୍ୟାୟରେ ମହାରାଷ୍ଟ୍ର ରାଜ୍ୟର ପୁନେ ସହରରୁ ଆସିଥିବା ‘ମିମିକ୍ରି ଅରକେଷ୍ଟ୍ରା’ କାର୍ଯ୍ୟକ୍ରମ ପରିବେଷଣ କରିଥିଲା । । ଏହି ଅରକେଷ୍ଟ୍ରାର ବିଶେଷତ୍ୱ ହେଲା ଗାୟକ କିମ୍ବା ଗାୟିକା ସଂଗୀତ ପରିବେଷଣ କରିବା ସମୟରେ ୮ ଜଣ ମିମିକ୍ରି କଳାକାର ନିଜ ମୁହଁରେ ବାଦ୍ୟଯନ୍ତ୍ରର ସ୍ୱର ପ୍ରଦାନ କରିବେ । କାର୍ଯ୍ୟକ୍ରମ ଆରମ୍ଭରେ କଳକାର ଗାଇଥିଲେ ସେହି ପ୍ରଶିଦ୍ଧ ଶିବ ବନ୍ଦନା ‘ସତ୍ୟମ ଶିବମଂ ସୁନ୍ଦରମ’ । ଏହି ଭଜନ ଗାୟନର ତାଳେତାଳେ ୮ ଜଣ କଳାକାର ନିଜ କଣ୍ଠରେ ବେଶ ସୁନ୍ଦର ବାଦ୍ୟ ବଜାଇ ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ । ଦର୍ଶକକଙ୍କ ମନରେ ସଙ୍କା ଯାତ ହୋଇଥିଲା ଏହି ଅଦଭୁତ ବାଦ୍ୟ ପରିବେଷଣକୁ ନେଇ । ଏହା ପରେ ଗୋଟିଏ ପରେ ଗୋଟିଏ ସଂଗୀତର ମୁର୍ଚ୍ଛନା ସୃଷ୍ଟି ହୋଇଥିଲା ମଂଚରେ ଓ ଝକୃତ କରିଥିଲା ଦର୍ଶକମାନଙ୍କୁ । ସ୍ଥାନୀୟ ଜଣେ କଳାକାର ମଧ୍ୟ ଏମାନଙ୍କ ସହିତ ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ଆମୋଦିତ କରିଥିଲେ । ଏହି ଅରକେଷ୍ଟ୍ରାର କଳାକାରମାନେ ବିଭିନ୍ନ ସଂଗୀତ ପରିବେଷଣ କରିଥିଲାବେଳେ ଓଡ଼ିଆ ଗୀତ ମଧ୍ୟ ପରିବେଷଣ କରିଥିଲେ । ନିଜ କଣ୍ଠରେ ବାଦ୍ୟଯନ୍ତ୍ରର ସ୍ୱର ପରିବେଷଣ କରୁଥିବା କଳାକାର ଏହା ସହିତ ବିଭିନ୍ନ ରାଜ୍ୟର ଲୋକଗୀତର ଧୁନକୁ ମଧ୍ୟ ଶୁଣାଇଥିଲେ ଦର୍ଶକଙ୍କୁ ଯାହା ଦର୍ଶକଙ୍କୁ ମଂଚ ଉପରୁ ନଜର ହଟାଇବାକୁ ଦେଇନଥିଲା ଦୀର୍ଘ ସମୟ ପର୍ଯ୍ୟନ୍ତ । ତୃତୀୟ ଚରଣରେ ମଧ୍ୟ ସଂଗୀତ ଭିତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲାବେଳେ କଣ୍ଠ ଶିଳ୍ପୀ ମାନେ ବେଶ ମନଛୁଆ ସଂଗୀତ ପରିବେଷଣ କରିଥିଲେ ମହୋସôବ ମଂଚରେ । ଯାହା ଦର୍ଶକଙ୍କୁ ବେଶ ଆମୋଦିତ କରିଥିଲା ।

Leave a Reply

Your email address will not be published. Required fields are marked *