ଗଜପତି

ଜିଲା ବିଜେଡି ପକ୍ଷରୁ ଶୋକ ସଭା

ପାରଳାଖେମୁଣ୍ଡି,୩୦ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବିଜୁ ଜନତାଦଳ ଜିଲା କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ଜିଲା ଯୁବବିଜେଡି ସଭାପତିଙ୍କ ମୃତୁ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଗତ କିଛିଦିନ ତଳେ ଢେଙ୍କାନାଳ ଜିଲା ଯୁବବିଜେଡି ସଭାପତି ଯଶବନ୍ତ ପରିଡାଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରି ଗୁଳି ଚଳାଇବାପରେ ତାଙ୍କର ମୃତୁ୍ୟ ଘଟିଥିଲା । ଏପରି ଏକ ଦୁଃଖଦ ଘଟଣା ପାଇଁ ଗଜପତି ଜିଲା ବିଜେଡି ପକ୍ଷରୁ ଶୋକ ସଭା କରାଯାଇ ମୃତ ଯୁବନେତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା । ସେହିପରି ଭାବେ ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତିମାନଙ୍କର ଦୃଢନିନ୍ଦା କରାଯାଇଥିଲା । ଏହି ଅବସରରେ ପୁର୍ବତନ ବିଧାୟକ କେ.ନାରାୟଣ ରାଓ, ଜିଲା ସଭାପତି ପ୍ରଦିପ ନାୟକ, ଜିଲା ଯୁବସଭାପତି ପି.କି୍ରଷ୍ଣା, ନଗରସଭାପତି ଜମିଦାର ପଟ୍ଟନାୟକ, ଏଲ.କେ ପରିଛା, ରାମନାଥ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମୃତନେତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top