ଜିଲା ପା୍ରଧିକରଣ ପକ୍ଷରୁ ସଚେତନତା ଶିବିର

ବୌଦ୍ଧ,୧୭/୦୮ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ଆଇନପା୍ରଧିକରଣ ପକ୍ଷରୁ ଏକ ସଚେତନତା ଶିବିର ମୁଣ୍ଡାପଡା ଗା୍ରମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଇନ ପା୍ରଧିକରଣର ସଚିବ ମିନାକ୍ଷୀ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବୌଦ୍ଧ ବ୍ଳକ ବିଡିଓ ନିହାର ରଂଜନ କହଁର, ଜିଲା ପ୍ରୋଗା୍ରମ କୋଓଅଡିନେଟର ଆଶିଷ ମହାନ୍ତି, ମୁଣ୍ଡାପଡା ସରପଂଚ ବିଦ୍ୟାଧର ସ୍ୱାଇଁ ଉପସ୍ଥିତ ଥିଲେ । ଏହି ଶିବିରରେ ସରକାରଙ୍କ ମମତା ଯୋଜନା, ବିଜୁକୃଷକ ଯୋଜନା, ବିଜୁ କନ୍ୟାରନô ଯୋଜନା, ବିଜୁପକାଘର ଯୋଜନା, ବିଜୁ ଆତ୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଗା୍ରମୀଣ ଆବାସ ଯୋଜନା, ମହାତ୍ମଗାନ୍ଧୀ କର୍ମନିଯୁକ୍ତି ଯୋଜନା ଉପରେ ଥିବା ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ପଞ୍ଚାୟତର ପ୍ରାୟ ୮୦ ଜଣ ଜନସାଧାରଣ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନ ହୋଇଥିଲେ ।

Leave a Reply

Your email address will not be published. Required fields are marked *