ଜିଲା ପରିଷଦର ୪୬ତମ ବୈଠକ

କୋରାପୁଟ ୩୧/୫ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସଦଭାବନା ସଭାଗୃହରେ ୪୬ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପରିଷଦ ସଭାପତି ପ୍ରଭୂ ଯାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ସାସଂଦ ଝିନ୍ନ ହିକକା, ଜୟପୁର ବିଧାୟକ ତାରା ପ୍ରାସଦ ବାହିନୀପତି, କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ, କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି, ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ଲକ୍ଷ୍ମିପୁର ବିଧାୟକ ପ୍ରତିନିଧି ରୂପକ ତୁରୁକ, ଜିଲାପାଳ ଅନୁପମ ସାହା ,ଜୟପୁର ଉପ-ଜିଲାପାଳ ଚକ୍ରବର୍ତି ସିଂହ ରାଠୋର,କୋରାପୁଟ ଉପ-ଜିଲାପାଳ କୃତିବାସ ରାଉତ,ଏପିଡି ଡିଆରଡିଏ ମହେଶ୍ୱର ପ୍ରସାଦ ନାୟକଙ୍କ ସମେତ ସମସ୍ତ ଜିଲା ପରିଷଦ ସଭ୍ୟସଭ୍ୟା,ବ୍ଲକ ଅଧ୍ୟକ୍ଷ/ ଅଧ୍ୟକ୍ଷା ଯୋଗଦେଇଥିଲେ। ଆଜିର ବୈଠକ ପଂଚାୟତ ନିର୍ବାଚନ ପରେ ପ୍ରଥମ ବୈଠକ ହୋଇଥିବାରୁ ନବ ନିର୍ବାଚିତ ସଭାପତି ପ୍ରଭୁ ଜାନି , ଉପସଭାପତି ତୁଲସି କିରସାନି ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗି ପ୍ରମୁଖଙ୍କୁ ଜିଲ୍ଲାପାଳ ଶ୍ରୀ ସାହା ଫୋଲତୋଡା ଦେଇ ସ୍ୱାଗତ କରାଯିବା ପରେ ଆଲୋଚନା ଆରମ୍ଭ ହୋଇଥିଲା। ଲୋକ ପ୍ରତିନିଧି ମାନଙ୍କୁ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କ ପ୍ରତି ସହଯୋଗ ମନୋଭାବ ରଖନ୍ତୁ ବୋଲି କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ଶଗରିଆ ଦାବି କରିଥିବାବେଳେ ଅଂନବାଡି ଘର ନିର୍ମାଣ ପାଇଁ ଜୟପୁର ବିଧାୟକ ବାହିନୀପତି ଦାବି କରିଥିଲେ। ବୈଠକରେ ,ପାନୀୟ ଜଳ ଓ ପରିମଂଳ,ଶିକ୍ଷା,ସ୍ୱାସ୍ଥ୍ୟ, ବନ ବିଭାଗ,ପ୍ରାଣୀ ଚିକିତ୍ସା,ଗ୍ରାମ୍ୟ ଉନ୍ନୟନ,ଗ୍ରାମୀଣ ବିଦ୍ୟୁତ କରଣ,ସମାଜ କଲ୍ୟାଣ,ମଙ୍ଗଳ ବିଭାଗ,ପୂର୍ତ ବିଭାଗ ଇତ୍ୟାଦି ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ରହି ନିଜନିଜ ବିଭାଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *