ଜିଲା କଂଗ୍ରେସ ପକ୍ଷରୁ ଚାଚା ନେହୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ପାରଳାଖେମୁଣ୍ଡି, ୨୮ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲା କଂଗ୍ରେସ ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱ.ପଣ୍ଡିତ ଜବାହାରଲାଲ ନେହୁରୁ ତିରୋଧାନ ଦିବସ ପାଳନ ହୋଇଯାଇଛି। ପ୍ରଥମେ ଜିଲା କାର୍ଯ୍ୟାଳୟ ପରିସରରେ ଥିବା ନେହୁରୁଙ୍କ ପ୍ରତିମୁର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ପରେ କାର୍ଯ୍ୟାଳୟ ପରିସରରେ ତାଙ୍କର ଏକ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଦିଆଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତେବେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ସଭାପତିତ୍ୱ କରି ସ୍ୱ.ନେହୁରୁଙ୍କ ଜୀବନି ଏବଂ ଭାରତର ସ୍ୱଧିନତାରେ ତାଙ୍କର ଅବଦାନ ତଥା ତାଙ୍କ ଶାସନ ସମୟରେ ହୋଇଥିବା ବିକାଶ କାର୍ଯ୍ୟର ସ୍ମୃତିଚାରଣ କରିଥିଲେ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ସେ ଗୁରୁ ଦାୟିତ୍ୱ ନେଇ ସଫଳତାର ସହ ତାକୁ ପରିଚାଳନା କରିଥିଲେ ବୋଲି ଏହି ସଭାରେ କୁହାଯାଇଥିଲା। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ କର୍ମୀ କାର୍ଯ୍ୟ କଲେ ଦଳ ଅଧିକ ଶକ୍ତିଶାଳି ହେବ ବୋଲି ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦର ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, କାଉନସିଲର ବିଭୁତି ନାୟକ, ଯୁବନେତା ସଂଗ୍ରାମ ସାହୁ, ସୁଧିରଞ୍ଜନ ମହାପାତ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *