ଜିଲା ଆଇନ ପ୍ରାଧିକରଣ ପକ୍ଷରୁ ଆନ୍ତଃ ବିଦ୍ୟାଳୟ ବ୍ୟଙ୍ଗାତ୍ମକ ଧର୍ମୀ ନାଟକ ପ୍ରତିଯୋଗିତା

ବୌଦ୍ଧ, ୨୭.୦୭ (ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲା) ବୌଦ୍ଧ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆନ୍ତଃ ବିଦ୍ୟାଳୟ ବ୍ୟାଙ୍ଗାତ୍ମକ ଧର୍ମୀ ନାଟକ ପ୍ରତିଯୋଗିତା ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବୌଦ୍ଧ ଜିଲାର ୧୫ ଗୋଟି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେଥିରୁ ୧୩ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଆଇନ ସମ୍ବନ୍ଧୀୟ ବିଷୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ବହୁ ବିଚାରପତିଙ୍କୁ ନେଇ ବିଚାର କରାଯାଇଥିଲା। ଏହି ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢିମାଳ ଚମ୍ପିୟାନ ହୋଇଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗ୍ରୁପ ରନର ହୋଇଥିଲା। ପ୍ରତିଯୋଗିତାରେ ଅତିଥି ଭାବେ ଜିଲା ଦୌରାଜଜ ତଥା ଜିଲା ଆଇନ ପ୍ରାଧିକରଣର ଅଧକ୍ଷ ଶୁଚିସ୍ମିତା ମିଶ୍ର, ଜିଲା ଆଇନ ପ୍ରାଧିକରଣର ସଂପାଦକ ମିନାକ୍ଷୀ ଦାସ, ରେଜିଷ୍ଟା୍ରର ସୋନାଲି ପଟନାୟକ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରବୀର ଦାସ ଓ ସାମାଜିକ କର୍ମୀ ଜ୍ୟୋତି ରଂଜନ ପଟନାୟକ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *