ଜିଲ୍ଲା ପରିକ୍ରମା

ଜିଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ମହିଳା ମାନଙ୍କ ପ୍ରଗତି ପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ

ଭଦ୍ରକ, ୧୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପକ୍ଷରୁ  ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ କନ୍ୟାସନ୍ତାନର  ସୁରକ୍ଷା ଓ ମହିଳା ସଶକ୍ତିକରଣ ନିମନ୍ତେ ସଚେତନତା ପଦଯାତ୍ରା, ପଥପ୍ରାନ୍ତ ନାଟକ ଏବଂ ମହିଳାମାନଙ୍କ ପ୍ରଗତି ନିମନ୍ତେ ନିରନ୍ତର ପ୍ରୟାସ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଚଣ୍ଡିଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ସଚିବ  ଅପର୍ଣ୍ଣା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମହଲତ ସ, ସମ୍ମାନୀତ ଅତିଥି ରୂପେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଆଇନ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ,  ପରିବୀକ୍ଷ ଦେୱାନ ବିଚାରପତି ଦୀପକ ସତ୍ତ୍ୱା , ସୁଶାନ୍ତ ନାୟକଙ୍କ ସମେତ ସରପଞ୍ଚ ପ୍ରତିନିଧି ନିରଞ୍ଜନ ମହାକୁଡ଼, ସମିତିସଭ୍ୟ ପ୍ରିୟବ୍ରତ ନାୟକ ଯୋଗଦାନ କରି  ମହିଳା ଓ ଶିଶୁମାନଙ୍କ ଯନô ଓ ସୁରକ୍ଷା ନିମିତ୍ତ ବିଭିନ୍ନ ଆଇନ୍, ଘରୋଇ ହିଂସା, ଭାରତୀୟ ଦଣ୍ଡ ସହିଂତାରେ ମହିଳାମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଶିବିରରେ ଶତାଧିକ ମହିଳାଗୋଷ୍ଠୀ, ପାାରାଲିଗାଲ କର୍ମୀ, ଗ୍ରାାମବାସୀ ଉପସ୍ଥିତ ଥିଲେ । ପାରାଲିଗାଲ କର୍ମୀ ଲକ୍ଷ୍ମୀପ୍ରିୟା ନାୟକ, ଅର୍ଣ୍ଣପୂର୍ଣ୍ଣା ସାହୁ, ନିରୂପମା ରାଉତ, ରୁକ୍ମଣୀ ଦାସ ଓ ସସ୍ମିତା ବାରିକଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିବାବେଳେ, ଆଇନ୍ ସେବା ପ୍ରାଧିକରଣ କର୍ମୀ ରବିଚନ୍ଦ୍ର ପାଢୀ, ବିଶ୍ୱରଞ୍ଜନ ବାରିକ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top