ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ବୌଦ୍ଧ,୧୨ା୦୭(ଓଡ଼ଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା ଶିବିର ସହରର ବୁଟୁପାଲି ସ୍ଥିତ ସୁଧାର ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଆଇନ ପ୍ରାଧିକାରଣ ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍ ଶୁଚିଶ୍ମିତା ମିଶ୍ର ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ, ଜିଲା ଆଇନ ପ୍ରାଧିକରଣର ସଚିବ ମିନାକ୍ଷୀ ଦାଶ ଓ ଏସଡିଜେଏ ସୁଶୀଲ କୁମାର ସାହୁ ଯୋଗଦେଇ ବାଲ୍ୟ ବିବାହ ଆଇନ ୧୯୮୬ ଓ ଶିଶୁ ଶିକ୍ଷା ଅଧିକାର ଆଇନ ୨୦୦୯ ଉପରେ ସୁଧାର ଗୃହର ଅନ୍ତେବାସୀ ମାନଙ୍କୁ କହିବା ସହ ଏହାର ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ସୁଧାର ଗୃହର ପରିଚାଳକ ଓ ଅନ୍ତେବାସୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *