ଜିଲାସ୍ତରୀୟ ୨୯ତମ ସଡକ ସୁରକ୍ଷା ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜିଲାରେ ୨୯ତମ ସଡକ ସୁରକ୍ଷା ସପ୍ତାହ ପାଳନ ନେଇ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ସଦ୍ଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକରେ ସଡକ ପରିବହନ କର୍ତ୍ତୃପକ୍ଷଭଦ୍ରକ ଓ କେନ୍ଦୁଝର ଗୋପାଳ ଚନ୍ଦ୍ର ଦାସ, ନିର୍ମଳ ଚନ୍ଦ୍ର ମହାନ୍ତି, ପୋଲିସ୍ ଅଧିକାରୀ ବି.ଡି. ସ୍ୱାଇଁ, ବସ୍ ସିଣ୍ଡିକେଟ୍ର ପ୍ରମୁଖ ହେମନ୍ତ ପାଢୀ, ଶ୍ରୀନିବାସ ପତି, କୈଳାସ ଚନ୍ଦ୍ର ସାହୁ, ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ଏଡିଏମ୍ଓ ମେଡିକାଲ ପ୍ରଦୀପ କୁମାର ଖୁଣ୍ଟିଆ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଆସନ୍ତା ଏପ୍ରିଲ ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଚେତନା ସୃଷ୍ଟି ପାଇଁ ପ୍ରଶାସନ ପକ୍ଷରୁ ଏକ ରଥ ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିବ। ଏହା ବ୍ୟତୀତ ବାଇକ୍ ରାଲି, ବନ୍ତଛକ ଠାରେ ଚକ୍ଷୁ ପରୀକ୍ଷା କେନ୍ଦ୍ର, ସ୍ଲୋଗାନ ପ୍ରତିଯୋଗିତା ସହ ଚିତ୍ରାଙ୍କନ ଓ ପ୍ରବନ୍ଧ, ଡିବେଟ୍ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ସେହିପରି ଭାରିଯାନ ଚାଳକଙ୍କୁ ତାଲିମ୍ ଦିଆଯିବା ସହ ୭ ବର୍ଷ ମଧ୍ୟରେ ଦୁର୍ଘଟଣା ଘଟାଇ ନଥିବା ୭ ଜଣ ଡ୍ରାଇଭରଙ୍କୁ ସମ୍ମାନିତ କରାଯିବା ସଂପର୍କରେ ବୈଠକରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *