କେନ୍ଦ୍ରାପଡ଼ା

ଜିଲାସ୍ତରୀୟ ରାଜସ୍ୱ କମିଟି ବୈଠକ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଜିଲାସ୍ତରୀୟ ରାଜ୍ୟସ୍ୱ କମିଟି ବୈଠକ ଜିଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ସମସ୍ତ ତହସିଲର ତହସିଲଦାରମାନେ ଯୋଗଦେଇ ରାଜ୍ୟସ୍ୱ ମାମଲା ଗୁଡିକର ସ୍ଥିତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଥିଲେ। ତହସିଲଦାରମାନେ ଧାର୍ଯ୍ୟ ସମୟ ମଧ୍ୟରେ ସେମାନଙ୍କ ତହସିଲରେ ବାକି ପଡିଥିବା ମାମଲା ଗୁଡିକର ସମାଧାନ କରିବା ସହିତ ଜିଲାରେ ରାଜସ୍ୱ ବୃଦ୍ଧି ଦିଗରେ ଯତ୍ନବାନ ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ତହସିଲମାନଙ୍କରେ ପଡିରହିଥିବା ପୁରୁଣା ମାମଲା ଗୁଡିକର ସମୀକ୍ଷା, ଦାଖଲ ଖାରଜ ମାମଲା, ଶୈରାତ ଉତ୍ସ ନିଲାମ, ପେନସନ ମାମଲା ଗୁଡିକର ପଇସଲା, ଭିଜିଲାନ୍ସ ବିଭାଗରୁ ଆସୁଥିବା ମାମଲା ଗୁଡିକର ତଦନ୍ତ, ଜରୁରୀ ବିଭାଗକୁ ଆସୁଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପାଣ୍ଠି ବିନିଯୋଗ ଉପରେ ଜିଲାପାଳ ସମୀକ୍ଷା କରିଥିଲେ। ଜିଲାରେ ୨୪୯ ପଞ୍ଚାୟତରେ ୮ହାଜରରୁ ଅଧିକ ଶୈରାତ ଉତ୍ସ ନିଲାମର ସ୍ଥିତି ସମ୍ପର୍କରେ ଜିଲାପାଳ ତହସିଲୱାରି ସମୀକ୍ଷା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଜିଲା ମଙ୍ଗଳ ଅଧିକାରୀ, ଜିଲା ଜରୁରୀ କାଳୀନ ଅଧିକାରୀ ଓ ବିଭିନ୍ନ ତହସିଲର ତହସିଲଦାରମାନେ ଉପସ୍ଥିତରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top