ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍ୟାପିତ

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ତୃତୀୟ ଭଦ୍ରକ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି। ନେହେରୁ ଷ୍ଟାଡିୟମ୍ଠାରେ ୩ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଜିଲା ଅଲମ୍ପିକ୍ ଆସୋସିଏସନ ଓ ଜିଲା ବ୍ୟାଡମିଣ୍ଟନ ଆସୋସିଏସନ ମିଳିତଭାବେ ଆୟୋଜନ କରିଥିଲେ। ଉଦଯାପନୀ ଉତ୍ସବରେ ଉପଜିଲାପାଳ ନକ୍ତ୍ମେ ବେହେରା ମୁଖ୍ୟଅତିଥି, ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଓ ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ କୁମାର ରାୟ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବିଭାଗରେ ସୁଶିଲ ନାୟକ ଚମ୍ପିୟାନ ହୋଇଥିବାବେଳେ, ବିଶ୍ୱନାଥ ଦତ୍ତ ରନର୍ସଅପ ହୋଇଥିଲେ। ଡବଲସ ବିଭାଗରେ ସୁଶିଲ ନାୟକ ଓ ଆଶୁତୋଷ ଦାସମାହାପାତ୍ର ଚମ୍ପିୟାନ ଏବଂ ଅବିନାଶ ନାୟକ ଓ ବିଶ୍ୱନାଥ ଦତ୍ତ ରନର୍ସଅପ, ୧୯ବର୍ଷରୁ କମ୍ ପ୍ରତିଯୋଗିତାରେ ସିତିଶ ରାୟ ଓ ସ୍ୱରାଜ ପଣ୍ଡା ଯଥାକ୍ରମେ ଚମ୍ପିୟାନ ଓ ରସର୍ନଅପ, ଡବଲସରେ ଶୁଭମ ଦାସ ଓ ସେନାବିଲ କାଦିର ଚମ୍ପିୟାନ ଓ ସ୍ୱରାଜ ପଣ୍ଡା ଓ ଗୋପାଲ ଶ୍ରୀଚନ୍ଦନ ରନର୍ସ ଅପ, ୧୫ବର୍ଷରୁ କମ୍ ପ୍ରତିେଯୋଗିତାରେ ଗୋପଳ ଶ୍ରୀଚନ୍ଦନ ଚମ୍ପିୟାନ, ସତ୍ୟଜିତ ରାଉତ ରନର୍ସ ଅପ, ସେହି ବିଭାଗର ଡବଲସରେ ସତ୍ୟରଞ୍ଜନ ଓ ରାଜେଶ ଚମ୍ପିୟାନ, ସତ୍ୟଜିତ ପିୟୁସ ଯୋଡି ରନର୍ସଅପ, ମହିଳା ବିଭାଗରେ ଲୋରିନା ନାୟକ ଚମ୍ପିୟାନ, ସ୍ୱାତୀ ପଣ୍ଡା ରନର୍ସ ଅପ ହୋଇଥିଲେ। ସେହିପରି ଭେଟେରାନ ଗ୍ରୁପରେ କାଳିଆ ଓ ରମନଙ୍କ ଯୋଡି ଚମ୍ପିୟାନ ଏବଂ ବାସୁ ବିକାଶ ଯୋଡି ରନର୍ସ ଅପ ହୋଇ ପୁରସ୍କୃତ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ଜିଲା ବ୍ୟାଡମିଣ୍ଟନ ଆସୋସିଏସନର କାର୍ଯ୍ୟକାରୀ ସଭାପତି ଇଂ ମହେଶ ଦାସ, ଜିଲା ଅଲମ୍ପିକ୍ ଆସୋସିଏସନର କାର୍ଯ୍ୟକାରୀ ସଦସ୍ୟ ଶୁଭେନ୍ଦୁ ରାୟମହାପାତ୍ର, ବ୍ୟାଡମିଣ୍ଟନ ଆସୋସିଏସନର ନିଳାଦ୍ରୀ ମହାନ୍ତି, କୋଷାଧ୍ୟକ୍ଷ ସମୀର ଦାସ, ତପନ ରେଡ୍ଡି, ସଞ୍ଜୀବ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *