ad
ଓଡ଼ିଶା

ଜିଲାସ୍ତରୀୟ କବିତା ପାଠୋସôବ ଓ ଆଧ୍ୟାମିôକ ଆଲୋଚନା

ଖଡିଆଳ/ନୂଆପଡା-୨୫.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ବ୍ଲକ ଚିନ୍ଦାଗୁଡା ପଞ୍ଚାୟତର ଦମାପଲା ଗ୍ରାମ ଠାରେ ସୌରୀଶଙ୍କର ସାହିତ୍ୟ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସୌରୀଶଙ୍କରଙ୍କ ଜୟନ୍ତୀ ପାଳନ ଅବସରରେ ଜିଲାସ୍ତରୀୟ କବିତା ପାଠୋସôବ ଓ ଆଧ୍ୟାତ୍ମିକ ଆଲୋଚନା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କବିତା ପାଠୋସôବରେ ସୌରୀଶଙ୍କର ସାହିତ୍ୟ ସଂସ୍କୃତି ପରିଷଦର ଅଧ୍ୟକ୍ଷ ନୁର ମହମ୍ମଦ ସଭାପତିତ୍ୱ କରିଥିବା ବେଲେ ମୁଖ୍ୟଅତିଥି ଭାବରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଜେମାମଣି ଧରୁଆ,ଚିନ୍ଦାଗୁଡା ସମିତିସଭ୍ୟା ଶ୍ରଦ୍ଧାଞ୍ଜଳି ପଣ୍ଡା,ସାରସ୍ୱତ ସାଧକ ନୃପରାଜ ତାଣ୍ଡି ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ଜୟଶ୍ରୀ ଦଣ୍ଡସେନା ପ୍ରଦାନ କରିଥିବା ବେଲେ କଣ୍ଠଶିଳ୍ପୀ ଅଶୋକ କୁମାର ବାରିକ ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଡଃ ସୁଶାନ୍ତ କୁମାର ବିଶି ସମ୍ପାଦକୀୟ ବିବରଣୀ ପଠନ ଏବଂ ସଦସ୍ୟ ଉପେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ ମାୟାଧର ସରାଫ,ଶିକ୍ଷକ ଗୌରାଙ୍ଗ କୁମାର ସାହୁ,ଶିକ୍ଷକ ଲଲିତ କୁମାର ସୁନାରୀଙ୍କ ସଂଯୋଜନାରେ ବିଭିନ୍ନ ଅଞ୍ଚଳର କବି ସେମାନଙ୍କ ସ୍ୱଚରିତ କବିତା ପାଠ କରିଥିଲେ । ଦ୍ୱିତୀୟ ଅଧିବେଶନ ଆଧ୍ୟାତ୍ମିକ ଆଲୋଚନାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଶ୍ୱିନୀ କୁମାର ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଲେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜି,ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ବିନୋଦ ଅଗ୍ରୱାଲ ଏବଂ ମୁଖ୍ୟବକ୍ତା ଭାବରେ ଅଧ୍ୟାପକ ବିଜୟ ବାରିକ ଯୋଗଦାନ କରି ଆଧ୍ୟାତ୍ମିକତାର ଅର୍ଥ ଓ ସ୍ୱରୂପ ସମ୍ପର୍କରେ ଆଲୋଚନା କରିଥିଲେ । ପରିଷଦର ଉପସଭାପତି ଶିରୀ ଶଙ୍କର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ସଦସ୍ୟ ଚତୁର୍ଭୁଜ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯକ୍ରମରେ ତରଙ୍ଗିନୀ ମହାପାତ୍ର, ଶିରୋମଣି ବାରିକ, ଭୂମିସୁତା ରାଉତ,କୁନାଲ ଚରଣ ବେହେରା, ଗଣପତି ବାଗ, ଖରତ ଚନ୍ଦ୍ର ବାରିକ, ଯଜ୍ଞ ମହାରଥା, ରମେଶ ଚନ୍ଦ୍ର ମେହେରଙ୍କ ସମେତ ଅନ୍ୟାନ୍ୟ କବି ଉପସ୍ଥିତ ଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top