ad
ଜିଲ୍ଲା ପରିକ୍ରମା

ଜିଲାରେ ୨୭ ଏସଆଇ ଓ ଏଏସଆଇଙ୍କ ବଦଳି ବିଭୂତି ସ୍ୱାଇଁ ପୀରହାଟ ଫାଣ୍ଡିର ନୂଆ ଅଧିକାରୀ

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ତିହିଡି ଥାନାରୁ ୩ ଜଣ ଏଏସଆଇଙ୍କର ଅନ୍ୟତ୍ର ବଦଳି ହୋଇଥିବା ବେଳେ ପୀରହାଟ ଫାଣ୍ଡିର ନୂତନ ଅଧିକାରୀ ଭାବେ ତିହିଡି ଥାନା ଏସଆଇ ବିଭୂତିଭୂଷଣ ସ୍ୱାଇଁ ଯୋଗ ଦେଇଛନ୍ତି। ଏଏସଆଇ ଏମ. ରହେମାନଙ୍କର ଭଦ୍ରକ ଟାଉନ ଥାନାକୁ ବଦଳି ହୋଇଥିବା ବେଳେ ରାମେଶ୍ୱର ସୋରେନଙ୍କର ଆଗରପଡା ଥାନା ଓ ଜି. ବଡଜେନାଙ୍କର ଚୂଡାମଣି ମେରାଇନ ଥାନାକୁ ବଦଳି ହୋଇଛି। ସେମାନଙ୍କ ବଦଳରେ ଭଦ୍ରକ ଟାଉନ ଥାନାର ଏସଆଇ ବିବି ପଣ୍ଡା, ଭଦ୍ରକ ଗ୍ରାମାଞ୍ଚଳ ଥାନାର ଏଏସଆଇ ଏ ହେମ୍ବ୍ରମ, ଭଦ୍ରକ ହେଡ୍କ୍ୱାର୍ଟରର ଏଏସଆଇ କେସି ଖୁଣ୍ଟିଆ, ଆଗରପଡାର ଏଏସଆଇ ଏସ ସେଠୀଙ୍କୁ ତିହିଡି ଥାନାକୁ ବଦଳି କରାଯାଇଛି। ତିହିଡି ଥାନା ଅଧୀନ ପୀରହାଟ ଫାଣ୍ଡି ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ତିହିଡି ଥାନାର ଭାରପ୍ରାପ୍ତ ଅଧିକାରୀ କରାଯିବା ପରେ ପରେ ପୀରହାଟ ଫାଣ୍ଡି ଅଧିକାରୀ ପଦ ଦୀର୍ଘଦିନ ହେଲା ଫାଙ୍କା ପଡିଥିଲା। ତେବେ ତିହିଡି ଥାନାର ସବ୍ ଇନ୍ସପେକ୍ଟର ବିଭୂତି ଭୂଷଣ ସ୍ୱାଇଁଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି। ସେହିପରି ଏସଆଇ ଡି ମୁଣ୍ଡାଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ବଦଳି କରାଯାଇଥିବା ବେଳେ ଏସଆଇ କେ ପାତ୍ରଙ୍କୁ ଚାନ୍ଦବାଲି, ପି ମହନ୍ତଙ୍କୁ ଭଦ୍ରକ ସଦର, ଏଏସଆଇ ଏସ ପ୍ରଧାନଙ୍କୁ ନାୟକାଣିଡିହି, ଏଏସଆଇ ଏସ ଜେନାଙ୍କୁ ନାୟକାଣିଡିହ, ଏଏସଆଇ ଡି ଦେହୁରୀଙ୍କୁ ନାୟକାଣିଡିହ, ଏଏସଆଇ ଜେକେ ସିଙ୍କୁଙ୍କୁ ଭଦ୍ରକ ଗ୍ରାମାଞ୍ଚଳ, ଏଏସଆଇ ଡିଆର ମଲିକଙ୍କୁ ଭଦ୍ରକ ଗ୍ରାମାଞ୍ଚଳ, ଏଏସଆଇ ଏସ ନାୟକଙ୍କୁ ଭଦ୍ରକ ସଦର, ଏଏସଆଇ କେ ମହାଳିକଙ୍କୁ ଭଦ୍ରକ ଗ୍ରାମାଞ୍ଚଳ, ଓଏଏସଆଇ ଜି ସିଂଙ୍କୁ ପୁରୁଣାବଜାର, ଏଏସଆଇ ଏସ ତରେଇଙ୍କୁ ଆଗରପଡା, ଏଏସଆଇ ଜିସି ଆଇଚଙ୍କୁ ପୁରୁଣାବଜାର, ଓଏଏସଆଇ ଏଲ ସାହୁଙ୍କୁ ଭଣ୍ଡାରିପୋଖରୀ, ଏଏସଆଇ ୟୁସି ମାରାଣ୍ଡିଙ୍କୁ ବାସୁଦେବପୁର, ଏଏସଆଇ ଜିସି ବେହେରାଙ୍କୁ ଧାମରା ମେରାଇନ ଓ ଏଏସଆଇ ୟୁଏନ ମଙ୍ଗରାଜଙ୍କୁ ଚାନ୍ଦବାଲି ଥାନାକୁ ବଦଳି କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top