ଜିଲ୍ଲା ପରିକ୍ରମା

ଜିଲାରେ ଚାରା ରୋପଣ ପ୍ରତି ବଢୁଛି ଆଗ୍ରହ – ବୃକ୍ଷ ହିଁ ଜୀବନ । ଏହି ବର୍ତ୍ତାକୁ ଜନସାଧାରଣ ଗ୍ରହଣ କରିବା ଭବିଷ୍ୟତ ପାଇଁ ମଙ୍ଗଳମୟ ହେବ । ଜିଲାରେ ବ୍ୟାପକ ବୃକ୍ଷରୋପଣ ହେବା ଏହ ଶୁଭ ସଂକେତ ; ସମାଜସେବୀ ଲୋପାମୁଦ୍ରା ଷେଣ୍ଢ

ଯାଜପୁର-୧୩/୮(ଓଡିଆ ପୁଅ/ଏ.ରାଉତ) ବ୍ୟାପକ ବୃକ୍ଷ ଛେଦନ ପରିବେଶ ସନ୍ତୁଳନକୁ ବିଗାଡି ଦେଉଥିଲାବେଳେ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ବୃକ୍ଷରୋପଣ ଉପରେ ପରିବେଶ ବିତଙ୍କ ସହିତ ପରିବେଶ ବିଜ୍ଞାନୀ ମାନେ ମତ ଦେଉଛନ୍ତି । ବ୍ୟାପକ ବୃକ୍ଷଛେଦନ କାରଣରୁ ବାୟୁମଣ୍ଡଳରେ ଉତ୍ତାପ ବଢି ଚାଲିଛି । ଉତ୍ତାପ ବଢିବା ଫଳରେ ପ୍ରବଳ ଗରମ ଅନୁଭୂତ ହେବା ସହିତ ଏହା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ବ୍ୟାପକ ଗୃହ ନିର୍ମାଣ ସହିତ ରାସ୍ତାଘାଟ ନିର୍ମାଣ, କଳକାରଖାନା ନିର୍ମାଣ ପାଇଁ ଲକ୍ଷଲକ୍ଷ ସଂଖ୍ୟାରେ ଗଛ କଟାଯାଉଛି । ଯେଉଁ ପରିମାଣରେ ଗଛ କଟାଯାଉଛି ସେହି ପରିମାଣରେ ବୃକ୍ଷ ରୋପଣ କରାଯିବାକୁ କେହି ଗୁରୁତ୍ୱ ଦେଉନଥିଲାବେଳେ କିଛି ବର୍ଷ ହେଲା ଏହି ଧାରାରେ ପରିବର୍ତ୍ତନର ମାନସିକତା ଦେଖିବାକୁ ମିଳିଛି । ଫଳରେ କିଛି ବର୍ଷ ହେଲା ଜିଲାରେ ବ୍ୟାପକ ବୃକ୍ଷରୋପଣ ହୋଇଥିଲାବେଳେ ଏବେବି ବୃକ୍ଷରୋପଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ସରକାରୀ ହେଉ କିମ୍ବା ବେସରକାରୀ ସବୁ ସ୍ତରରେ ବୃକ୍ଷରୋପଣକୁ ବିଭିନ୍ନ ସମୟରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ସଭା ସମିତିରେ ପରିବେଶ ସୁରକ୍ଷା ଉପରେ ବକ୍ତା ମାନେ ଗୁରୁତ୍ୱ ଦେବା ସହିତ ପୁରଷ୍କୃତ ପ୍ରତିଭା ମାନଙ୍କୁ ପୁରଷ୍କାର ସହିତ ବୃକ୍ଷଟିଏ ରୋପଣ ପାଇଁ ପ୍ରଦାନ କରାଯିବାର ପରମ୍ପରା ଆରମ୍ଭ ହୋଇଛି । ଏହା ସହିତ ରାଜନେତା ମାନେ ମଧ୍ୟ ବିଭିନ୍ନ ସମୟରେ ବୃକ୍ଷରୋପଣ କରୁଥିବା ଦେଖିବାକୁ ମିଳିଛି । ଯାହା ବୃକ୍ଷରୋପଣ ପାଇଁ ଏକ ସୁଭ ସଙ୍କେତ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି । ଅନ୍ୟ ପକ୍ଷରେ ସୁଚିନ୍ତିତ ଯୋଜନାର ଅଭାବ ଏହି ବୃକ୍ଷରୋପଣର ଭବିଷ୍ୟତ ପ୍ରତି ମଧ୍ୟ ସଂଦେହ ସୃଷ୍ଟି କରୁଛି । ଜିଲାରେ ବ୍ୟାପକ କଳ କାରଖାନା କୋଠାବାଡି ନିର୍ମାଣ ଫଳରେ ବ୍ୟାପକ ବୃକ୍ଷ କଟା ଯାଉଛି । ଯାହାକୁ ଭରଣା କରିବା କାଠିକର ପାଠ ହୋଇଥିଲାବେଳେ ଏହାକୁ ଭରଣା କରିବାକୁ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଆଗକୁ ଆସୁଥିବା ଲକ୍ଷ କରାଯାଉଛି । ଫଳରେ ବିଗତ କିଛି ବର୍ଷ ହେଲା ଜନସାଧାରଣଙ୍କ ମାନସିକତାରେ ପରିବର୍ତ୍ତନ ହେବା ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଉଛି । ଅନ୍ୟ ପକ୍ଷରେ ବିଭିନ୍ନ ସମୟରେ ରାସ୍ତା କଡରେ ବୃକ୍ଷରୋପଣ କରାଯାଉଥିଲାବେଳେ ଗଛଟିଏ ବଢିବା ଅବସ୍ଥାରେ ଏହାକୁ କଟା ଯାଉଥିବା ଦେଖିବାକୁ ମିଳିଛି । ଗଛଟିଏ ୪ରୁ ୫ ବର୍ଷ ହେଲେ ସେହି ରାସ୍ତାର ସଂପ୍ରସାରଣ କାର୍ଯ୍ୟ ପାଇଁ ଏହାକୁ କଟାଯାଉଛି । ଫଳରେ କିଛି ସ୍ଥାନରେ ବୃକ୍ଷରୋପଣର କିଛି ମାନେ ରହୁନାହିଁ । ଏହି ବୃକ୍ଷରୋପଣ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲାବେଳେ ଏହି ଟଙ୍କା ପାଣିରେ ପଡିବା ସାର ହେଉଛି । ଦୂର ଦୃଷ୍ଟିର ଅଭାବ ଏହିଭଳି ପରିସ୍ଥିତି ସୃଷ୍ଟି ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଛି । କିଛି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ବୃକ୍ଷରୋପଣ କରାଯାଉଥିଲାବେଳେ ପର ମୁହୁର୍ତ୍ତରେ ଏହି ଚାରା ଗୁଡିକୁ ସୁରକ୍ଷିତ ରଖିବାର ଉଦ୍ୟମ ହେଉ ନାହିଁ । ଫଳରେ ବିଭିନ୍ନ ଗୋରୁ ଗାଈ ଏହାକୁ ଖାଇ ନଷ୍ଟ କରି ଦେଉଥିଲା ବେଳେ ଖରାଦିନେ ପାଣିର ଅଭାବରୁ ଏହା ମରି ଯାଉଛି । ଫଳରେ ‘ଗୋଦରା କୋଡେ ଯେତେ ମାଡେ ସେତେ’ ନ୍ୟାୟରେ ଯେତିକି ଗଛ ଲଗା ହେଉଛି ସେତିକି ମରି ଯାଉଥିବା ଦେଖାଯାଉଛି । ଯଦି ଗଛ ଲଗା ଯାଉଛି ତେବେ ତାକୁ କିଭଳି ସୁରକ୍ଷିତ ରଖା ଯାଇ ପାରିବ ଓ ତାର ଯନô ନିଆଯାଇ ତାକୁ ବଡ କରାଯିବ ତାର ଉଦ୍ୟମର ମଧ୍ୟ ଆବଶ୍ୟକତା ରହିଛି । କେବଳ ପ୍ରଚାର ପ୍ରସାର ପାଇଁ ବୃକ୍ଷରୋପଣ କରା ନଯାଇ ଏହାକୁ ସୁରକ୍ଷିତ ରଖିବାକୁ ବିଶେଷ ଦୃଷ୍ଟି ଦେବାର ଉଦ୍ୟମ କରିବାକୁ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି । ଏ ବିସୟରେ ସମାଜସେବୀ ଲୋପାମୁଦ୍ରା ଷେଣ୍ଢ କୁହନ୍ତି ବୃକ୍ଷ ହିଁ ଜୀବନ । ଏହି ବର୍ତ୍ତାକୁ ଜନସାଧାରଣ ଗ୍ରହଣ କରିବା ଭବିଷ୍ୟତ ପାଇଁ ମଙ୍ଗଳମୟ ହେବ । ଜିଲାରେ ବ୍ୟାପକ ବୃକ୍ଷରୋପଣ ହେବା ଏହ ଶୁଭ ସଂକେତ । କେବଳ ବିଭିନ୍ନ ଅନୁଷ୍ଠାନ ବୃକ୍ଷରୋପଣ କଲେ ହେବ ନାହିଁ । ଜନସାଧାରଣ ନିଜନିଜ ଯାଗାରେ ଚାରା ରୋପଣ କରିବା ମଧ୍ୟ ଜରୁରୀ । ଚାରା ରୋପଣ କରି ତାର ଯନô ନେଲେ ଏହା ଭବିଷତ ପିଢି ପାଇଁ ଦରକାରୀ ହେବ । ଚାରା ରୋପଣ ପରେ ଏହାର ଯନô ପ୍ରତି ସମସ୍ତେ ସଚେତନ ହୁଅନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top