ଜିଲାପାଳ ଓ ଏସପି ସାଇକେଲରେ ଯାଇ ଅଭିଯୋଗ ଶୁଣିଲେ

ଯାଜପୁର-୧୩/୧୧(ଓଡିଆ ପୁଅ/ଏ.ରାଉତ) ପ୍ରଶାସନ ଲୋକଙ୍କ ସାଥିରେ ଅଚ୍ଥି । ସେମାନଙ୍କ ସମସ୍ୟାର ସମାଧାନ ଓ ତୁରନ୍ତ ସୁବିଧା ପ୍ରଦାନ ପାଇଁ ମଧ୍ୟ ଅଭିଯୋଗ ଶୁଣାଣୀ ଶିବିରର ଆୟୋଜନ କରାଯାଇଚ୍ଥି । ତେବେ ସାଇକେଲରେ ଯାଇ ଲୋକଙ୍କ ସମସ୍ୟା ବୁଝିବା ଓ ତାହାର ସମାଧାନ ପାଇଁ ପ୍ରଚେଷ୍ଟା କରିବା ଏକ ସୁଖଦ ଓ ଅଭିନବ ପଦକ୍ଷେପ ବୋଲି କହିଚ୍ଥନ୍ତି ଜିଲ୍ଳ୍ାପାଳ ରଂଜନ କୁମାର ଦାସ । ସୋମବାର ସକାଳ ୭ ଘଟିକା ସମୟରେ ସ୍ଥାନୀୟ ସର୍କିଟ୍ ହାଊସ ଠାରୁ ବାହାରି ଥିଲେ ଜିଲ୍ଳ୍ାପାଳ ଶ୍ରୀ ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଳ୍ାପାଳ ବ୍ରଜବନ୍ଧୁ ଭୋଳ, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ତଥା ବି.ଡି.ଓ. ଲକ୍ଷ୍ମୀକାନ୍ତ ମିଶ୍ର, ଡେପୁଟୀ କଲେକ୍ଟର ଇନ୍ଦିରା ବେହେରା, ସହକାରୀ ଜିଲ୍ଳ୍ାପାଳ ରାଜଲକ୍ଷ୍ମୀ ନାୟକ ଓ ଅନ୍ୟାନ୍ୟ ଜିଲ୍ଳ୍ା ସ୍ତରୀୟ ଅଧିକାରୀ ବୃନ୍ଦ । ସମସ୍ତେ ଗୋଟିଏ ଗୋଟିଏ ସାଇକେଲରେ ଯାଇଥିଲେ ରସୁଲପୁର ବ୍ଳ୍କକୁ । ଯେଊଁଠାରେ ଆଜି ଥିଲା ଜିଲ୍ଳ୍ା ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର । ସର୍କିଟ୍ ହାଊସ୍ରୁ ବାହାରି ଏହି ସାଇକେଲ ଯାତ୍ରୀ ମାନେ ବରୁଆଁ , ହରିପୁର ପଞ୍ଚାୟତ ଅପିଂସ, ମୁଗୁପାଳ ପଞ୍ଚାୟତ ଅପିଂସ ଓ କୁଆଖିଆ ଚ୍ଥକ ଠାରେ ରହି ସାଧାରଣ ଜନତାଙ୍କ ଅଭିଯୋଗ ଓ ସମସ୍ୟାକୁ ଶୁଣି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ । ପରେ ରସୁଲପୁର ବ୍ଳ୍କରେ ପହଞ୍ଚି ଅଭିଯୋଗ ଶୁଣାଣୀକୁ ସଂଚାଳନ କରିଥିଲେ ଜିଲ୍ଳ୍ାପାଳ ଶ୍ରୀ ଦାସ । ଏହା ଏକ ଊତ୍ତମ ପଦକ୍ଷେପ । ଏହାଦ୍ୱାରା ଲୋକଙ୍କ ସହ ଭାବାବେଗ ଦୃଢ ହେବା ସହ କଣ ସମସ୍ୟା ରହିଚ୍ଥି ତାହା ଜାଣି ଶିଘ୍ର ସମାଧାନ କରାଯାଇ ପାରିବ । ସେହିପରି ପ୍ରଦୁ୍ୟଷଣ ନିୟନ୍ତ୍ରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଜିଲ୍ଳ୍ାପାଳ ଓ ଆରକ୍ଷୀ ଅଧିକ୍ଷକ ମତ ଦେଇଥିଲେ । ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଏହି ସାଇକେଲ ଆରୋହୀ ମାନଙ୍କୁ ସ୍ୱାଗତ କରିବା ସହ ପ୍ରଶାସନର ଏହି ଊଦ୍ୟମକୁ ପ୍ରଶଂସା କରିବ ଆଗକୁ ଏହା ଜାରି ରଖିଲେ ଖୁବ୍ ଭଲ ହେବ ବୋଲି କହିଚ୍ଥନ୍ତି । ଏହି ଶୁଣାଣିରେ ମୋଟ ୧୬୫ ଗୋଟି ଅଭିଯୋଗ ମଧ୍ୟରୁ ୧୪୪ ଗୋଟି ବ୍ୟକ୍ତିଗତ, ୦୬ ଗୋଟି ସାମୁହିକ, ରେଡକ୍ରସ ସହାୟତା ପାଇଁ ୦୯ ଗୋଟି ଆବେଦନ ମିଳିଥିବା ବେଳେ ଚିକିସôା ସହାୟତା ପାଇଁ ୩୪,୦୦୦/- ଟଂକା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିପଂ୍ ପାଂଠିରୁ ସହାୟତା ପାଇଁ ୦୬ ଗୋଟି ଆବେଦନ ପତ୍ର ମିଳିଥିବା ବେଳେ ସେମାନଙ୍କୁ ୪୦,୦୦୦/- ଟଂକା ପ୍ରଦାନ କରାଯାଇଥିଲା । ଶିବିରରେ ତତ୍କ୍ଷଣାତ୍ ୭୩ ଟି ଅଭିଯୋଗର ସମାଧାନ କରାଯାଇଥିଲା । ଯେଊଁମାନେ ଆର୍ଥିକ ସହାୟତା ପାଇଁ ଆବେଦନ କରୁଚ୍ଥନ୍ତି ସେମାନେ ଚଳିତ ବର୍ଷର ରୋଜଗାର ପ୍ରମାଣପତ୍ର ପ୍ରଦାନ କରିବେ । ଆସନ୍ତା ୨୦ ତାରିଖରେ ସୁକିନ୍ଦା ବ୍ଳ୍କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣୀ, ୨୭ ତାରିଖରେ ଧର୍ମଶାଳା ବ୍ଳ୍କ କାର୍ଯ୍ୟାଳୟ ଠାରେ ମିଳିତ ଅଭିଯୋଗ ଶୁଣାଣି ଓ କୃଷି ସମାଧାନ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍ା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *