ଜିଲାପାଳଙ୍କ ସହିତ ବିଧାୟକଙ୍କ ଆଲୋଚନା – କୃଷିକୁ ସଜଳ କରିବ ଅଶୋକଝର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ଯାଜପୁର-୨୮/୫(ଓଡିଆ ପୁଅ/ଏ.ରାଉତ)ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କୃଷିକୁ ପ୍ରାଧାନ୍ୟ ଦେବାକୁ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଉଦ୍ୟମ ଆରମ୍ଭ କରିଛନ୍ତି। ଶିଳ୍ପ ସମୃଦ୍ଧ ଏହି ଅଂଚଳରେ କୃଷି ହେଉଛି ଜନସାଧାରଣଙ୍କ ପ୍ରଧାନ ଜୀବନ ଜୀବିକା। ଆଜି ଏହି ଅଂଚଳ ଶିଳ୍ପ ସମୃଦ୍ଧ ହୋଇଥିଲେ ମଧ୍ୟ ବହୁ ଜନସାଧାରଣ କୃଷିକୁ ଜୀବିକା କରି ରହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଅଶୋକଝର ଏକ ପ୍ରମୁଖ ସ୍ଥାନ। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଏହି ଅଂଚଳ ପ୍ରତି ଜିଲା ତଥା ରାଜ୍ୟର ବିଭିନ୍ନ ଜନସାଧାରଣ ଆକର୍ଶିତ ହୁଅନ୍ତି। ପ୍ରାକୃତିକ ଶୋଭାରେ ଭରପୁର ଏହି ଅଂଚଳରେ ଅଶୋକଝରରେ ଅନବରତ ପ୍ରବାହିତ ହେଉଛି ଝରଣା। ଏହି ଝରଣା ଦେଇ ପ୍ରତିଦିନ ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଏହାକୁ ଗଚ୍ଛିତ ରଖାଯାଇ କରାଯଇ ଚାଷ କାର୍ଯ୍ୟରେ ବିନିଯୋଗ କରିବାର ସୁ ବନ୍ଦୋବସ୍ତ ହୋଇ ପାରିନାହିଁ। ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡାଇ ଏହି ଜଳକୁ କୃଷିକ୍ଷେତ୍ରରେ ବିନିଯୋଗ କରିବାକୁ ଚିନ୍ତା କରି ଏକ ଡ୍ୟାମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି କ୍ଷୁଦ୍ର ଡ୍ୟାମରେ ଅନବରତ ଝରୁଥିବା ଝରଣା ପାଣିକୁ ଗଚ୍ଛିତ ରଖାଯାଇ ଏହାକୁ ଛୋଟ କେନାଲ ସାହାର୍ଯ୍ୟରେ ବିଭିନ୍ନ ଚାଷ ଜମିକୁ ଯୋଗାଇବାର ପରିକଳ୍ପନା କରିଥିଲେ। କୈାଣସି କାରଣ ବସତଃ ଏହି କାର୍ଯ୍ୟ ଆଗେଇ ପାରିନଥିଲାବେଳେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିଧାୟକ ଅଂଟା ଭିଡିଛନ୍ତି। ଏହାକୁ ନେଇ ବିଧାୟକ ବାରମ୍ବାର ବିଭିନ୍ନ ଅଧିକାରୀଙ୍କ ସହିତ ସ୍ଥାନ ପରିଦର୍ଶନ କରିବା ସହିତ ଯୋଜନାର ରୂପରେଖ ପ୍ରସ୍ତୁତ କରିଛନ୍ତି। ଏ ନେଇ ବିଧାୟକ ଜିଲାପାଳଙ୍କ ଆବାଶିକ କାର୍ଯ୍ୟାଳୟରେ ଆଲୋଚନା କରିବା ସହିତ ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଅଶୋକଝର ଅଂଚଳର କୃଷିକୁ ସଜଳ କରିବ ବୋଲି ମତଦେଇ କାର୍ଯ୍ୟ ଡିଏମଏଫ ଅର୍ଥରେ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଆଲୋଚନା ସମୟରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଅଶୋକଝର ଅଂଚଳର ଶତାଧିକ ଚାଷୀ ଉପକୃତ ହୋଇ ପାରିବେ ବୋଲି ଉଭୟ ସହମତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *