ଜିଲ୍ଲା ପରିକ୍ରମା

ଜିଲାପାଳଙ୍କ ନିର୍ଦେଶକୁ ମାନୁ ନାହାନ୍ତି ବସ ମାଲିକ

ଯାଜପୁର-୧୧/୭(ଓଡିଆ ପୁଅ/ଏ.ରାଉତ) ୨୦୧୧ ମହାବନ୍ୟାରେ ରୁଢିଆ ପୋଲ ଭୁଷୁଡି ପଡିଥିଲା । ଏହା ପରେ ଏହି ରାସ୍ତା ଦେଇ ଯାଜପୁରରୁ କଟକ, ଭୁବନେଶ୍ୱର ଓ ପୁରୀକୁ ଗତାଗତ କରୁଥିବା ସମସ୍ତ ବସ ବରୁଆଁ ଦେଇ ଗତାଗତ କରିବା ଆରମ୍ଭ କରିଥିଲା । ଯାତ୍ରୀଙ୍କ ଗମନାଗମନରେ ସୁବିଧା ପାଇଁ ରୁଟ ପରମିଟ ନଥାଇ ମଧ୍ୟ ବରୁଆଁ ଦେଇ ଗାଡି ଗତାଗତ କରିବାକୁ କେହି ବିରୋଧ କରିନଥିଲେ । ଅନ୍ୟ ପକ୍ଷରେ ନୂତନ ରୁଢିଆ ପୋଲର ନିର୍ମାଣ ମଧ୍ୟ ବିଳମ୍ବିତ ହୋଇଥିଲା । ଫଳରେ ଦୀର୍ଘ ଦିନ ହେଲା ଯାଜପୁରରୁ ବରୁଆଁ ଦେଇ ସବୁ ଗାଡି ଗତାଗତ କରୁଥିଲା । ଆଜକୁ ଦୀର୍ଘ ଦିନ ହେଲା ରୁଢିଆର ନୂତନ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାଜପୁର ଷଠିପୁର ରାସ୍ତା ଗତାଗତ ଯୋଗ୍ୟ ହୋଇ ସାରିଲାଣି । ହେଲେ ବିଡମ୍ବନାର ବିଷୟ ପୋଲ ଭଙ୍ଗାକୁ ଆଳକରି ବରୁଆଁ ଦେଇ ଯିବାକୁ ରୁଟ ପରମିଟ ନଥିବା ଗାଡି ଗୁଡିକ ବରୁଆଁ ଦେଇ ଗତାଗତ କରୁଛନ୍ତି । ଯାଜପୁର ବସ ଗୁଡିକ ବରୁଆଁ ଦେଇ ଗତାଗତ କଲେ ବରୀ ଓ ବ୍ରହ୍ମବରଦାର ଗାଡି ଗୁଡିକ କ୍ଷତି ସହୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ବରୀ, ବ୍ରହ୍ମବରଦା ବସ ମାଲିକ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହାକୁ ନେଇ ଏହି ମାଲିକ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଯାଜପୁରରୁ ଆସୁଥିବା ବସ ଗୁଡିକର ମାଲିକ ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ନିକଟରେ ଏହି ବିଷୟକୁ ନେଇ ଜିଲାପାଳଙ୍କ ସହିତ ଜିଲାର ବସ ମାଲିକ ସଂଘର ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ରୁଟ ପରମିଟ ନଥାଇ ଗାଡି ଚଳାଚଳ କଲେ କୈାଣସି ସମୟରେ ଦୁର୍ଘଟଣା ଘଟିଲେ ଯାତ୍ରୀମାନେ ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇବାରୁ ବଂଚିତ ହେବେ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ ମତ ଦେବା ସହିତ ବରୁଆଁ ଦେଇ ଯିବାକୁ ରୁଟ ପରମିଟ ନଥିବା ଗାଡି ଗୁଡିକ ନିଜନିଜ ରୁଟରେ ଯିବାକୁ ନିର୍ଦେଶ ଦେଇଥିଲେ । ଗତ ୬ ତାରିଖ ଦିନ ଜିଲାପାଳ ଏହି ନିର୍ଦେଶ ଯାରି କରିଥିଲେ । ଆଜକୁ ନିର୍ଦେଶର ୪ ଦିନ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇ ନଥିବା ଜଣାଯାଇଛି । ତେଣୁ ତୁରନ୍ତ ଜିଲାପାଳଙ୍କ ଏହି ନିର୍ଦେଶ କାର୍ଯ୍ୟକାରୀ କରିବାକୁ ବରୀ ଓ ବ୍ରହ୍ମବରଦା ବସ ମାଲିକମାନେ ଦାବି କରିଛନ୍ତି । ଆଜି କୁଆଖିଆ ଠାରେ ଆୟୋଜିତ ଏକ ବୈଠକରେ ଏହି ଦାବି ଉପସ୍ଥାପିତ କରାଯାଇଛି । ଆଜିର ଏହି ବୈଠକରେ ସୁଧିରଚନ୍ଦ୍ର ମହାନ୍ତି, ସଂଯୁକ୍ତା ଜେନା, ସୁବ୍ରତକୁମାର ଜେନା, ସତ୍ୟନାରାୟଣ ଜେନା, ମନମୋହନ ପାଣିଗ୍ରାହୀ, ସ୍ମୃତିରଞ୍ଜନ ସାହୁ, ଅକ୍ଷୟକୁମାର ସ୍ୱାଇଁ, ଶ୍ରୀନିବାସ ପଣ୍ଡା, ଜ୍ୟୋତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top