ଅପରାଧ

ଜିଲାପାଳଙ୍କ କାର୍ଯ୍ୟାଳୟର କିରାଣୀ ଓ ପିଅନ ଭିଜିଲାନ୍ସ ଜାଲରେ

କେନ୍ଦ୍ରାପଡା ୧୬/୧୧(ଲକ୍ଷ୍ମୀକାନ୍ତ ନାୟକ)- ଲୁଣା-କରାଣ୍ଡିଆ ଦ୍ୱିପାଞ୍ଚଳର ଶ୍ରୃତିପୁର ଗ୍ରାମରେ ଆସନ୍ତା ୧୬ରୁ ୨୦ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ସେହି ଯାତ୍ରାରେ ମାଇକ ବଜାଇବା ଏବଂ ସରକାରୀ ଜମି ବ୍ୟବହାର କରିବାପାଇଁ ଉପଜିଲାପାଳଙ୍କ ଅନୁମତି ଆବଶ୍ୟକ ପଡିଥାଏ । ସେଥିପାଇଁ ରେଡକ୍ରସ ପାଣ୍ଠିକୁ ୧ହଜାର ଟଙ୍କା ଦିଆଯାଇଥାଏ । କିନ୍ତୁ ଦାୟିତ୍ୱରେଥିବା କିରାଣୀ ପରିକ୍ଷୀତ ଜେନା ଗତକାଲି ଶ୍ରୀ ରାଉତଙ୍କଠାରୁ ରେଡେକ୍ରସ ବାବଦ ୧ହଜାରଙ୍କ ନେବାପରେ ସେ ଆଜି ଆଉ ୧ହଜାରଟଙ୍କା ଦାବି କରିଥିଲେ । ଶ୍ରୀ ରାଉତ ଏ ସମ୍ପର୍କରେ କେନ୍ଦ୍ରାପଡା ଭିଜିଲାନ୍ସ ସ୍କ୍ୱାର୍ଡର ଦ୍ୱାରସ୍ତ ହେବାପରେ ଶ୍ରୀ ଜେନାଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଲାଞ୍ଚ ବାବଦକୁ ଶ୍ରୀ ରାଉତ ଅବଶିଷ୍ଟ ୧ହଜାର ଟଙ୍କା ଦେଉଥିବବା ବେଳେ ସେ ପିଅନ ଅଲେଖ ହାତରେ ସେ ଟଙ୍କା ଦେବାପାଇଁ କହିଥିଲେ । ଅଲେଖ ଶ୍ରୀ ରାଉତଙ୍କଠାରୁ ଲାଞ୍ଚବାବଦ ଦୁଇଖଣ୍ଡ ପାଞ୍ଚଶହ ଟଙ୍କିଆ ନୋଟ ନେଇ ସାର୍ଟର ଉପର ପକେଟରେ ରଖିବା ମାତ୍ରେ ଭିଜିଲାନ୍ସ ସ୍କ୍ୱାର୍ଡ ଅଲେଖ ସାର୍ଟର ଉପର ପକେଟରୁ ସେହି ଟଙ୍କାକୁ ଜବତ କରିବାପରେ ତାର ପ୍ୟାଣ୍ଟ ପକେଟ ଖାନ ତଲାସ କରିବାରୁ ପ୍ୟାଣ୍ଟ ପକେଟରୁ ୨୬ହଜାର ଟଙ୍କା ମିଳିଥିଲା । ଭିଜିଲାନ୍ସ ସ୍କ୍ୱାର୍ଡ ସେହି ଟଙ୍କାକୁମଧ୍ୟ ଜବତ କରିଛି । କିରାଣୀ ପରୀକ୍ଷିତ ଜେନାଙ୍କ କହିବା ଅନୁସାରେ ସେହି ଲାଞ୍ଚଟଙ୍କା ଶ୍ରୀ ରାଉତଙ୍କଠାରୁ ନେଇଥିବା ଭିଜିଲାନ୍ସ ସ୍କ୍ୱାଡକୁ ଅଲେଖ କହିବାରୁ ଭିଜିଲାନ୍ସ ସ୍କ୍ୱାଡ ଅଲେଖ ସହିତ କିରାଣୀ ପରୀକ୍ଷିତ ଜେନାଙ୍କୁ ଗିରଫ କରି ତାଙ୍କ କାର୍ଯ୍ୟାଳୟକୁ ନେଇଯାଇଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଉଭୟ ଅଭିଯୁକ୍ତଙ୍କୁ କଟକ ଭିଜିଲାନ୍ସ ଅଫିସକୁ ନିଆଯାଇ ଆସନ୍ତା କାଲି ସେମାନଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାଏଗୁରୁଙ୍କ ନେତୃତ୍ୱରେ ଇନିସପେକ୍ଟର ବିଜୟ କୁମାର ସେଠୀ, ବିକାଶ କୁମାର ପାତ୍ର, ଦୟାନିଧି ଦାସ,ରବିନ୍ଦ୍ର କୁମାର ପାଲ,ଜ୍ଞାନରଞନ ଦାସ, ବିଶ୍ୱନାଥ ମହାରଣା ଓ ସୁରେଶ ଚନ୍ଦ୍ର ସାହୁ ଏହି ଚଢାଉରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଶୁଭେନ୍ଦୁ କୁମାର ତ୍ରିପାଠୀଙ୍କୁ ଏହିଭଳି ଭାବେ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ସ୍କ୍ୱାର୍ଡ ଜବତ କରିଥିଲା । ସେ ଏ ପର୍ଯ୍ୟନ୍ତ ନିଳମ୍ବିତ ହୋଇ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top