ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି, ୧୦ା୪(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ ପଞ୍ଚାୟତ ଠାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁଗ୍ମ ଜନଶୁଣାଣିରେ ମୋଟ ୨୮ଗୋଟି ଅଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଏଗୁଡିକ ମଧ୍ୟରୁ ସାମୁହିକ ଅଭିଯୋଗ ୨୭ଗୋଟି ଥିବା ବେଳେ ବ୍ୟକ୍ତିଗତ ଅଭିଯୋଗ ଗୋଟିଏ ରହିଥିଲା। ଅଭିଯୋଗଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ରାସନକାର୍ଡ, ପାନୀୟ ଜଳ, ରାସ୍ତା ଇତ୍ୟାଦି ବିଭିନ୍ନ ଅଭିଯୋଗଗୁଡିକ ଜିଲାପାଳ ପ୍ରତ୍ୟେକ୍ଷ ଭାବେ ଅନୁଧ୍ୟାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପରିକ୍ଷିତ ସେଠୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ବିପିନ ବାହାରି ପାଣିଗ୍ରାହୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *