ଜିଲ୍ଲା ପରିକ୍ରମା

ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମହିଳାଙ୍କ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାସ୍ତରୀୟ ଜନଶୁଣାଣୀ ଚାଲିଥିବାବେଳେ ହଠାତ୍ ଜଣେ ମହିଳା ସେଠାରେ ପହଞ୍ଚô ଦେହରେ କିରୋସିନି ତେଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ କାବୁ କରିବାର ସକ୍ଷମ ହୋଇଥିଲେ ।  ସଂପୃକ୍ତ ମହିଳା ବିଳାସିନୀ ପାତ୍ର ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ଦିହୁଡି ଆନନ୍ଦପୁର ଗ୍ରାମନିବାସୀ ନିରଂଜନ ପାତ୍ରଙ୍କ ପତ୍ନୀ ଅଟନ୍ତି । ତାଙ୍କର ଏକମାତ୍ର କନ୍ୟା ପୁଷ୍ପାଞ୍ଜଳି ଆଜକୁ ପ୍ରାୟ ଦୁଇମାସ ହେବ କଲେଜ ଯାଉଥିବା କହି କେଉଁଆଡେ ନିଖୋଜ ହୋଇଯାଇଥିଲା । ଏହି ବିଷୟରେ ବିଳାସିନୀ ଧାମନଗର ଥାନାରେ ଗତ  ୨୦୧୭ ଡିସେମ୍ବର ୩୧ ତାରିଖ ଦିନ ଅଭିଯୋଗ କରିଥିଲେ । ମାତ୍ର ଥାନା କର୍ତ୍ତୃପକ୍ଷ କୌଣସି ଗୁରୁତ୍ୱ ଦେଇନଥିଲେ । ଇତିମଧ୍ୟରେ ତାଙ୍କ କନ୍ୟାକୁ ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନସ୍ଥ ସରାଇ ଗ୍ରାମନିବାସୀ ନିଧି ମଳିକଙ୍କ ପୁତ୍ର ନଗେନ ଅପହରଣ କରିନେଇଥିବାର ଶୁଣିବାକୁ ପାଇଥିଲେ । ଏ ସଂପର୍କରେ ସେ ପୁଲିସ୍କୁ ଜଣାଇଥିଲେ ମଧ୍ୟ ସଂପୃକ୍ତ ଯୁବକ କିମ୍ବା ତାଙ୍କ ପରିବାର ବିରୁଦ୍ଧରେ କୌଣସି ପଦକ୍ଷେପ ନେବା ତ ଦୂରର କଥା ମାମଲାଟିଏ ମଧ୍ୟ ରୁଜୁ ହେଲାନାହିଁ । ଏହା ମଧ୍ୟରେ ତାଙ୍କ କନ୍ୟା ସଂପର୍କରେ କୌଣସି ଖବର ମିଳୁନଥିବାରୁ ତାକୁ ହତ୍ୟା କରାଯାଇଥିବାର ସେ ସନେ୍ଦହ କରିଛନ୍ତି । ଏ ବିଷୟରେ ସେ ଗତ ଜାନୁୟାରୀ ୨୯ ରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଭେଟିବା ସହ ଧାମନଗର ବ୍ଲକ୍ରେ ଫେବୃୟାରୀ ୧୨ ତାରିଖରେ ହୋଇଥିବା ମିଳିତ ଅଭିଯୋଗ ଶୁଣାଣୀରେ ଜଣାଇବା ପରେ ଆରକ୍ଷୀ ଅଧିକ୍ଷକ ଓ ଧାମନଗର ଥାନାଧିକାରୀ ତିନିଦିନ ମଧ୍ୟରେ ତାଙ୍କ କନ୍ୟାଙ୍କୁ ଉଦ୍ଧାର କରାଯିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିଳା ନାହିଁ । ତେଣୁ ସେ  ଆଜି ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଆଗାମୀ ସପ୍ତାହ ମଧ୍ୟରେ କନ୍ୟାଙ୍କୁ ନପାଇଲେ କିରୋସିନି ଢାଳି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଥିଲେ । ତେବେ ଏଭଳି ଅଭିଯୋଗ ପତ୍ର ଦେବାର ୨୦ ମିନିଟ୍ ମଧ୍ୟରେ ସେ ଶୁଣାଣୀ ପ୍ରକୋଷ୍ଠରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣାରେ ଧାମନଗର ଥାନା ପୁଲିସ୍ ସେଠାରେ ପହଞ୍ଚô ମହିଳାଙ୍କୁ କାବୁ କରି ସେଥିରୁ ନିବୃତ କରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top