ଜିଲ୍ଲା ପରିକ୍ରମା

ଜିରୋ ଆୱାରରେ ନବବର୍ଷକୁ ସ୍ୱାଗତ

ପୁରୀ, ୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ସହରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି ନବବର୍ଷ। ବିଦାୟ ନେଇଛି ବର୍ଷ ୨୦୧୭। ପୁରୁଣା ବର୍ଷକୁ ବିଦାୟ ନେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ। ନବବର୍ଷକୁ ସ୍ୱାଗତ କରିବା ପାଇଁ ରବିବାର ରାତ୍ରୀରେ ଦୁଲୁକୁଥିଲା ସହର। ତେବେ ପ୍ରଶାସନିକ କଟକଣା ଏଥିରେ ସାମାନ୍ୟ ପୂର୍ଣ୍ଣଛେଦ ପକାଇଥିଲା।ବିଭିନ୍ନ ହୋଟେଲ ମାନଙ୍କରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ।ଏଥିସହିତ ମଧ୍ୟ ପର୍ଯ୍ୟଟକ ଓ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯାଇଥିଲା ତ୍ୱାଦିଷ୍ଟ ବ୍ୟଞ୍ଜନ।ବିଭିନ୍ନ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶୀ ବିଦେଶୀ ଖାଦ୍ୟଖାଇ ନୂଆବର୍ଷକୁ ସ୍ୱାଗତ କରିଥିଲେ ପର୍ଯ୍ୟଟକ।ରଂଗୀନ ଆଲୋକ ମାଳାରେ ସଜିତ କରାଯାଇଥିଲା ହୋଟେଲ ଗୁଡିକୁ ବେଳାଭୂମିରେ ରଂଗ ବେରଗଂ ଆଲୁଅରେ ନୂଆବୋହୂ ପରି ପ୍ରତୀୟମାନ ହୋଇଥିଲା। ଭିଆପିରୋଡ୍ ଅନ୍ୟାନ୍ୟ ରିସଟରେ ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଥିଲା କ୍ୟାଣ୍ଡେଲ ଡିନର୍ୱହମବତୀ ଜାଳି ପର୍ଯ୍ୟଟକ ମାନେ ନବବର୍ଷକୁ ସ୍ୱାଗତ କରିବା ସହ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା ନେଇଥିଲେ। ବଳିଆପଣ୍ଡା ସ୍ଥିତ ହୋଟେଲ ଲକଇଣ୍ଡିଆ ରୟାଲ ହେରିଟେଜ ପରିସରରେ ନବବର୍ଷକୁ ସ୍ୱାଗତ କରିବା ପାଇଁ ଆୟୋଜିତ ହୋଇଥିଲା ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଆଧୁନିକ ସହଂଗୀତ ଓ ନୃତ୍ୟର ତାଳେ ତାଳେ ଝୁମିଗଲେ ଦର୍ଶକ। ନାଚଗୀତ ସହ ଆୟୋଜିତ ହୋଇଥିଲା ପଞ୍ଜାବୀ ଖାଦ୍ୟର ସମ୍ଭାର।ପର୍ଯ୍ୟଟକ ଓ ଗ୍ରାହକ ମାନେ ଖାଦ୍ୟର ମଜାନେବା ସହ ନାଚି ଗାଇ ସ୍ୱାଗତ କରିଥିଲେ ନବଦର୍ଶକ। ସେହିଭଳି ଅନ୍ୟାନ୍ୟ ହୋଟେଲରେ ମଧ୍ୟ ନୂଆବର୍ଷ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top