ଓଡ଼ିଶା

ଜିନ୍ଦଲ ପିଲେଟ ପ୍ଲାଣ୍ଟରେ ଦୁର୍ଘଟଣା; କ୍ରେନ ତଳେ ଚାପି ହୋଇ ଶ୍ରମିକର ମୃତ୍ୟୁ

ଯୋଡା. ୨୭/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ଠାରେ ଥିବା ଜିନ୍ଦଲ ପିଲେଟ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣଙ୍କ ଶ୍ରମିକର ମୃତ୍ୟୁ ଘଟିଥିବା ଖବର ମିଳିଛି। ପ୍ଲାଣ୍ଟ ଭିତରେ କାର୍ଯ୍ୟରତ ଏକ କ୍ରେନରେ ସୁମନ ନାଏକ ନାମକ ଜଣେ ଶ୍ରମିକ ଚାପି ହୋଇ ଗୁରୁତର ହେବା ପରେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ଏହି ୧୦୦ ଟନ୍ ଓଜନ ବିଶିଷ୍ଟ କ୍ରେନ ତଳେ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା ଯୋଗୁଁ କ୍ରେନ ତଳେ ସେ ଚାପି ହୋଇଯାଇଥିବା ଜଣାପଡିଛି। ଖବର ପାଇ ପ୍ଲାଣ୍ଟର ଦୁଇ ଜଣ ଅଧିକାରୀ ଚମ୍ପୁଆ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ କମ୍ପାନୀର ଖାମଖିଆଲ ମନୋଭାବ ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଶ୍ରମିକଟିର ଘର ନିକଟସ୍ଥ ଭାଗଲପୁର ଗ୍ରାମରେ ହୋଇଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ଏଠାରେ ସୂଚନା ଯୋଗ୍ୟ ଗତ ଦୁଇ ବର୍ଷ ତଳେ ଏହି ପିଲେଟ ପ୍ଲାଣ୍ଟରେ ଏକ ବଡ ଧରଣର ଦୁର୍ଘଟଣା ଘଟି ପ୍ଲାଣ୍ଟର ଏକ ହପର ଖସିପଡିବା ଯୋଗୁଁ ଏଥିରେ ୬ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ହୋଇଯାଇଥିବା ଜଣାପଡିଥିଲା। ତେବେ ଘଟଣାଟିକୁ ଅତି ଚତୁରତାର ସହିତ କମ୍ପାନୀ ଚାପି ଦେବାକୁ ସକ୍ଷମ ହୋଇଥିଲା। ସୁରକ୍ଷାରେ ଢିଲା ଯୋଗୁଁ ବାରମ୍ବାର ଏହି ପ୍ଲାଣ୍ଟ ଭିତରେ ଦୁର୍ଘଟଣା ଘଟି ପ୍ରାଣହାନୀ ଘଟୁଥିଲେ ମଧ୍ୟ କମ୍ପାନୀ ନାମକୁ ମାତ୍ର କ୍ଷତିପୂରଣ ଦେଇ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ଏହାକୁ ଦବାଇ ଦେବାରେ ସଫଳ ହେଉଛି। ଏନେଇ ଶ୍ରମିକମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top