ଓଡ଼ିଶା

ଜିଡିପି ଶୃଙ୍ଖଳାର ବ୍ୟାକ କାଷ୍ଟିଂ ପ୍ରଣାଳୀ ବର୍ତମାନ ସୁଦ୍ଧା ଚୁଡ଼ାନ୍ତ ହୋଇନାହିଁ; ବିଭିନ୍ନ ବିକଳ୍ପ ପଦ୍ଧତିର ଅନୁସନ୍ଧାନ କରାଯାଉଛି

ନୂଆ ଦିଲ୍ଲୀ ୧୯-୮ (ଓଡ଼ିଆ ପୁଅ) ବାସ୍ତବ କ୍ଷେତ୍ର ଡାଟାବେସର ଉନ୍ନତିକରଣ ଏବଂ ଆଧୁନିକୀକରଣ ଉଦ୍ଦେଶ୍ୟରେ ଏପ୍ରିଲ, ୨୦୧୭ରେ ଡ. ସୁଦୀପ୍ତ ମୁଣ୍ଡଲେଙ୍କ ଅଧ୍ୟକ୍ଷତାରେ ଜାତୀୟ ପରିସଂଖ୍ୟାନ ଆୟୋଗ (ଏନଏସସି)ଙ୍କ ପକ୍ଷରୁ ବାସ୍ତବ କ୍ଷେତ୍ର ପରିସଂଖ୍ୟାନ ଉପରେ ଏକ କମିଟି ଗଠନ କରାଯାଇଥିଲା। ଜୁଲାଇ ୨୦୧୮ରେ ଏହି କମିଟି ଏନଏସସିଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟର ପଂଚମ ଅଧ୍ୟାୟରେ ପୁରୁଣା ମୋଟ ଘରୋଇ ଉତ୍ପାଦ (ଜିଡିପି) ଶୃଙ୍ଖଳାର ପରିବର୍ତ୍ତନ କରି ନୂଆ ଭାବେ ୨୦୧୧-୧୨କୁ ଆଧାର ବର୍ଷ ଭାବେ ଧରିବା ଲାଗି ବିକଳ୍ପ ମୂଲ୍ୟାୟନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଡିପିର ପୁରୁଣା ଶୃଙ୍ଖଳା ଏବଂ ଅନ୍ୟ ବ୍ୟାପକ ସମଷ୍ଟିଗତ ଅର୍ଥନୈତିକ ଆକଳନକୁ ୧୯୯୩-୯୪ରୁ ୨୦୧୩-୧୪ ଅବଧି ପର୍ଯ୍ୟନ୍ତ – ଏଥିମଧ୍ୟରୁ ଗୋଟିଏ ମୂଲ୍ୟାୟନ ଆଧାରରେ ୨୦୧୧-୧୨ର ନୂତନ ଆଧାର ବର୍ଷକୁ ପରିବର୍ତିତ କରିବା ଲାଗି ଉପସ୍ଥାପନା କରାଯାଇଥିଲା।

୨. ୨୦୧୮ ଜୁଲାଇ ୧୬-୧୭ରେ ଅନୁଷ୍ଠିତ ଏନଏସସିଙ୍କ ବୈଠକରେ କମିଟିର ରିପୋର୍ଟକୁ ବିବେଚନା କରାଯାଇଥିଲା। ଏହି ବୈଠକରେ, ଏନଏସସି ଏହି କମିଟି ଏବଂ ଅନ୍ୟ ତିନୋଟି କମିଟିର ସୁପାରିସକୁ ଅନୁଧ୍ୟାନ କରିଥିଲା ଏବଂ ଏହି ଚାରିଟି କମିଟିର ରିପୋର୍ଟକୁ ବ୍ୟାପକ ପରାମର୍ଶ ନିମନ୍ତେ ପରିସଂଖ୍ୟାନ ମନ୍ତ୍ରଣାଳୟର ୱେବସାଇଟରେ ଉପସ୍ଥାପନ କରାଯିବା ଲାଗି ନିଷ୍ପତି ନେଇଥିଲା। ତଦନୁଯାୟୀ, ପରିଂସଖ୍ୟାନ ମନ୍ତ୍ରଣାଳୟର ୱେବସାଇଟରେ ରିପୋର୍ଟଗୁଡ଼ିକ ଅପଲୋଡ କରାଯାଇଥିଲା।

୩. ବାସ୍ତବ କ୍ଷେତ୍ର ପରିସଂଖ୍ୟାନ ଉପରେ କମିଟି ନିମ୍ନୋକ୍ତ ସୁପାରିସ କରିଥିଲା

(୧) ୨୦୦୪-୦୫ରୁ ୨୦୧୧-୧୨ ପର୍ଯ୍ୟନ୍ତ ଅବଧି ଲାଗି ଏହାର ପ୍ରଣାଳୀର ଉପଯୋଗ କରି ସିଏସଓ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜିଭିଏ/ଜିଡିପି ଆକଳନକୁ ଏନଏସସି ଦ୍ୱାରା ତଦନୁଯାୟୀ ଏବଂ ଜାତୀୟ ହିସାବ ପରିସଂଖ୍ୟାନ ଉପରେ ଗଠିତ ପରାମର୍ଶ କମିଟିର ଅନୁମୋଦନ ପରେ ବିବେଚନା କରାଯିବା ଉଚିତ।

(୨) ୨୦୦୪-୦୫କୁ ଆଧାର ବର୍ଷ ଭାବେ ଧରି ଏବଂ ୨୦୧୪-୧୫ ପର୍ଯ୍ୟନ୍ତ କଥିତ ଭାବେ ପୁରୁଣା ପ୍ରଣାଳୀ ଆଧାରରେ ଜିଡିପି ଶୃଙ୍ଖଳାକୁ ଆଗକୁ ବଢ଼ାଇବା ଲାଗି ବିବେଚନା କରିପାରିବ ଏବଂ ଏହାକୁ ୨୦୧୧-୧୨କୁ ଆଧାର ବର୍ଷ ଭାବେ ଧରି ନୂତନ ଶୃଙ୍ଖଳା ସହିତ ତୁଳନା କରି ସମାଯୋଜନ (ଆଡଜଷ୍ଟ) କରିପାରିବ।

(୩) ଇତିମଧ୍ୟରେ ଉତ୍ପାଦନ ସ୍ଥାନାନ୍ତର ପ୍ରଣାଳୀର ଉପଯୋଗ କରି ୧୯୯୩-୯୪ରୁ ୨୦୧୩-୧୪ ଅବଧି ଲାଗି ସକଳ ଘରୋଇ ଉତ୍ପାଦ ଏବଂ ସେ ସଂକ୍ରାନ୍ତ ଅନ୍ୟ ଆକଳନଗୁଡ଼ିକ ଏନଏସସିଙ୍କ ଅନୁମୋଦନ ପାଇଁ ଉପସ୍ଥାପନ କରାଯାଉଛି।

(୪) ଯେତେବେଳେ ରିପୋର୍ଟର ପଂଚମ ଅଧ୍ୟାୟ ୩.୧ ଏବଂ ୩.୨ରେ ଉଲ୍ଳେଖ ଥିବା ପ୍ରଣାଳୀ ଆଧାରରେ ଜିଡିପି ଏବଂ ଅନ୍ୟାନ୍ୟ ସମଷ୍ଟିଗତ ଅର୍ଥନୀତି ଆକଳନ ଉପଲବ୍ଧ ହେବ ସେତେବେଳେ ସମସ୍ତ ୩ଟି ମୂଲ୍ୟାଙ୍କନ ଆଧାରିତ ଟାଇମ ସିରିଜ ଡାଟାକୁ ବଳିଷ୍ଠ କରାଯିବା ଲାଗି ଏଗୁଡ଼ିକ ମଧ୍ୟରେ ତୁଳନା କରାଯିବ ଉଚିତ।

୪. କମିଟିଗୁଡ଼ିକର ରିପୋର୍ଟ ୩୦ ଜୁଲାଇ ୨୦୧୮ରେ ମୁମ୍ବାଇରେ ଅନୁଷ୍ଠିତ ଏନଏସସିର ବୈଠକରେ ବିବେଚନା କରାଯାଇଥିଲା। ଏହାପରେ ଏନଏସସି ନିର୍ଦ୍ଦେଶ ଦେଇଥିଲା ଯେ ବାସ୍ତବ କ୍ଷେତ୍ର ପରିସଂଖ୍ୟାନ ଉପରେ ଏନଏସସି କମିଟିଗୁଡ଼ିକର ରିପୋର୍ଟର କପି, ଅନଲାଇନ ରିପୋର୍ଟିଂ ସିଷ୍ଟମ ଏବଂ ଏନାଲିଟିକ୍ସର ପ୍ରତ୍ୟେକ ଉପାଦାନ ସୁପାରିସ ଉପରେ ମନ୍ତବ୍ୟ ରଖିବା ଲାଗି ପରିସଂଖ୍ୟାନ ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇପାରେ।

୫. ବାସ୍ତବ କ୍ଷେତ୍ର ପରିସଂଖ୍ୟାନ ଉପରେ ଆଧାରିତ କମିଟିର ରିପୋର୍ଟ ସାଧାରଣରେ ଉପସ୍ଥାପନ କରାଯାଇଥିବାରୁ ଗଣମାଧ୍ୟମ ଏବଂ କିଛି ଅର୍ଥନୀତିଜ୍ଞ ଏବଂ ଶିକ୍ଷାବିତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିବା ପ୍ରତୀୟମାନ ହେଉଛି। ଜିଡିପିର ବ୍ୟାକ ସିରିଜ ଡାଟା ବିଧିବଦ୍ଧ ଭାବେ ପରିସଂଖ୍ୟାନ ମନ୍ତ୍ରଣାଳୟଙ୍କ ଦ୍ୱାରା ଜାରି ହୋଇଥିବା – ସେମାନଙ୍କର ଧାରଣା ସୃଷ୍ଟି ହୋଇଛି।

୬. ଏହି ପ୍ରେସ ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଉଛି ଯେ ଜିଡିପି ଶୃଙ୍ଖଳାର ବ୍ୟାକ କାଷ୍ଟିଂ ପାଇଁ ପ୍ରଣାଳୀ ବର୍ତମାନ ସୁଦ୍ଧା ଚୁଡ଼ାନ୍ତ କରାଯାଇନାହିଁ ଏବଂ ବିଭିନ୍ନ ବିକଳ୍ପ ପଦ୍ଧତିର ଅନୁସନ୍ଧାନ କରାଯାଉଛି। ବାସ୍ତବ କ୍ଷେତ୍ର ପରିସଂଖ୍ୟାନ ଉପରେ ଗଠିତ କମିଟିର ପରାମର୍ଶ ଏବଂ ପରାମର୍ଶ ପ୍ରକ୍ରିୟା ସମୟରେ ପ୍ରାପ୍ତ ହେଉଥିବା ଅନ୍ୟ ପରାମର୍ଶଗୁଡ଼ିକୁ ବ୍ୟବହାର କରି ପ୍ରଣାଳୀ ଏବଂ ପଦ୍ଧତିର ଉପଯୋଗ ଚୂଡ଼ାନ୍ତ କରାଯିବ। ଏହି ପ୍ରକ୍ରିୟା ପ୍ରଥମେ ଜାତୀୟ ହିସାବ ପରିସଂଖ୍ୟାନ ପରାମର୍ଶ କମିଟି ଏବଂ ଏନଏସସି ଦ୍ୱାରା ପର୍ଯ୍ୟାୟକ୍ରମେ ବିବେଚନା କରାଯିବ। ଏହାପରେ ପରିସଂଖ୍ୟାନ ମନ୍ତ୍ରଣାଳୟ ବ୍ୟାକ ସିରିଜ ଜିଡିପି ଡାଟା ଉପରେ ବିଧିବଦ୍ଧ ଆକଳନ ସମ୍ପର୍କରେ ବିବେଚନା କରିବେ। ତେଣୁ, ଏହା ଏବେ ଏକ ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top