ଓଡ଼ିଶା

ଜିଏସଟିରେ ସାମିଲ ହେଲାନି ପେଟ୍ରୋଲିଅମ୍ ପ୍ରଡକ୍ଟ: ପେଟ୍ରୋଲ-ଡିଜେଲ ଦର କମିବ ୨ ଟଙ୍କା

ନୂଆଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ପେଟ୍ରୋଲ ଏବଂ ଡିଜେଲର ଦରବୃଦ୍ଧିକୁ ଦେଖି ଆଶା କରାଯାଉଥିଲାଯେ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜର ପଞ୍ଚମ ବଜେଟ ଭାଷଣରେ ଏହି ବିଷୟରେ କହିବେ ଏବଂ ପେଟ୍ରୋଲିୟମ ପଦାର୍ଥଗୁଡ଼ିକୁ ଜିଏସଟିରେ ସାମିଲ କରି ବଢ଼ୁଥିବା ଦର ଉପରେ ରୋକ ଲଗାଇବେ ବୋଲି କିନ୍ତୁ ଏମିତି କିଛି ହେଲାନାହିଁ।

କିନ୍ତୁ ଜେଟଲୀ ଏକ୍ସାଇଜ ଡ୍ୟୁଟି କମ କରିବାର ଘୋଷଣା କଲେ। ଏହାଫଳରେ ପେଟ୍ରୋଲ ଏବଂ ଡିଜେଲର ଦରରେ ଲିଟର ପ୍ରତି   ୨ ଟଙ୍କାର କମ୍ ହେବ। ଏହା ସାଧାରଣ ଲୋକମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତି ମିଳିବ।

ଅନ୍ତରାଷ୍ଟ୍ରୀୟ ସ୍ତରରେ କଞ୍ଚା ତେଲର ଦର କ୍ରମାଗତ ଭାବରେ ବୃଦ୍ଧି ପାଇବା କାରଣରୁ ପେଟ୍ରୋଲର ଦାମ ୮୦ ଟଙ୍କାକୁ ମଧ୍ୟ ଛୁଇଁ ସାରିଲାଣି ଏବଂ ଯେଉଁପରି ଭାବରେ ଦରରେ ଉପର ତଳ ଦେଖାଯାଉଛି ଏଥିରୁ ଲାଗୁଛି କି ଏହା ଶିଘ୍ର ତିନି ଅଙ୍କ ଛୁଇଁବ ବୋଲି।

ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ବଜେଟ ପୂର୍ବରୁ ପେଟ୍ରୋଲର ଦରହ୍ରାସ କରିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାଖରେ ପେଟ୍ରୋଲ-ଡିଜେଲ ଉପରେ ଲଗାଯାଉଥିବା ଏକ୍ସାଇଜ ଡ୍ୟୁଟି କମ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଶା କରାଯାଉଥିଲା କି ସରକାର ସାହସିକ ପଦକ୍ଷେପ ଉଠାଇ ଏହାକୁ ଗୁଡ୍ସ ଏଂଡ ସର୍ୱିସ ଟ୍ୟାକ୍ସ (GST)ର ପରିସୀମାରେ ଆଣି ଲୋକମାନଙ୍କୁ ଆଶ୍ୱସ୍ତି ଦେବେ ବୋଲି।

ଯଦି ଅର୍ଥ ମନ୍ତ୍ରୀ ଏହାକୁ ଜିଏସଟିରେ ସାମିଲ କରିବାର ପରାମର୍ଶକୁ ମାନିଥାନ୍ତେ ତେବେ ସାଧାରଣ ଲୋକମାନଙ୍କୁ ପେଟ୍ରୋଲ ଏବଂ ଡିଜେଲର ଦରବୃଦ୍ଧିରୁ ବଡ଼ ଧରଣର ଆଶ୍ୱସ୍ତି ମିଳିପାରିଥାନ୍ତା। ଅବଶ୍ୟ ସରକାରଙ୍କୁ ଏଥିପାଇଁ କଠୋର ହେବାକୁ ପଡ଼ିଥାନ୍ତା କାରଣ ଏମିତି କରିବା ଦ୍ୱାରା ସରକାରଙ୍କର ରାଜସ୍ୱରେ ଭାରି ହ୍ରାସ ହୋଇଥାନ୍ତା। ଏବେ ଏକ୍ସାଇଜ ଡ୍ୟୁଟି କମ କରାଯିବାରୁ ମଧ୍ୟ ସରକାରଙ୍କର ସର୍ବମୋଟ ରାଜସ୍ୱ ଉପରେ ଏହାର ଭାରି ଅସର ପଡ଼ିବ କିନ୍ତୁ ଜନତାଙ୍କୁ କିଛି ଆଶ୍ୱସ୍ତି ମିଳିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top