ଜିଏମୟୁ ‘ମିଟ୍ ଦ ଭାଇସ୍ ଚାନ୍ସେଲର୍’ କାର୍ଯ୍ୟକ୍ରମ

ସମ୍ବଲପୁର, ୨୫/୮ (ଓଡ଼ିଆ ପୁଅ)- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ)ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ବିବିଧ ସମସ୍ୟା ଓ ଆପତ୍ତି ଅଭିଯୋଗର ସିଧାସଳଖ ସମାଧାନ ପାଇଁ ‘ମିଟ୍ ଦ ଭାଇସ୍ଚାନ୍ସେଲର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଗତକାଲି ଆୟୋଜିତ ସଂକ୍ଷିପ୍ତ ସମାରୋହରେ କୁଳପତି (ଭାଇସ୍ ଚାନ୍ସେଲର) ପ୍ରଫେସର ଅତନୁ କୁମାର ପତି କାର୍ଯ୍ୟକ୍ରମର ଉଦ୍ଘାଟନ କରି ଏହା ତାଙ୍କ ଏବଂ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରିପାରିବ। ଛୋଟବଡ଼ ସମସ୍ୟା ଆଶୁ ସମାଧାନ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କୁଳସଚିବ ଗିରିଶ୍ଚନ୍ଦ୍ର ସିଂ, ଉପକୁଳସଚିବ ଉମାଚରଣ ପତି, ପରୀକ୍ଷା ନିୟନ୍ତ୍ରକ ଡ. ହେମ କୁମାର ନାୟକ, ସିଣ୍ଡିକେଟ ସଭ୍ୟ ଡ. ଶ୍ୟାମଚରଣ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ। ପ୍ରଥମ ମିଟ୍ ଦ ଭାଇସ୍ ଚାନ୍ସେଲର କାର୍ଯ୍ୟକ୍ରମରେ ଶିକ୍ଷକକର୍ମଚାରୀଙ୍କ ସମେତ ଦୁଇ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ୨୦ରୁ ଅଧିକ ସମସ୍ୟା ଓ ପ୍ରସଙ୍ଗର ଆଲୋଚନା ପୂର୍ବକ ସମାଧାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ଶନିବାର ଅପରାହ୍ନରେ ଆୟୋଜିତ ହେବ ଏବଂ ଛାତ୍ରଛାତ୍ରୀ, ଶିକ୍ଷକ-କର୍ମଚାରୀ ଭାଗନେଇ ସ୍ୱଚ୍ଛନ୍ଦରେ ସେମାନଙ୍କ ସୁବିଧା ଅସୁବିଧା ଓ ସମସ୍ୟା ଉପସ୍ଥାପନ କରିପାରିବ ବୋଲି ଉପକୁଳସଚିବ ଶ୍ରୀପତି କହିଛନ୍ତି। ପ୍ରତି ମିଟ୍ ଦ ଭାଇସ୍ଚାନ୍ସେଲର କାର୍ଯ୍ୟକ୍ରମରେ ପୂର୍ବ ଥର ନିଆଯାଇଥିବା ନିଷ୍ପତ୍ତିର ଅନୁପାଳନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *