ଓଡ଼ିଶା

ଜିଏମୟୁ ପ୍ରେକ୍ଷାଳୟ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ : ବ୍ୟୟ ଅଟକଳ ୧୦.୪୩ କୋଟି

ସମ୍ବଲପୁର, ୨୬/୮ (ଓଡ଼ିଆ ପୁଅ)- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ନିର୍ମାଣ ପାଇଁ ଗତ ୧୦ ତାରିଖରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଆସନ୍ତା ୧ ତାରିଖ ଟେଣ୍ଡର ଖୋଲିବ ବୋଲି ଜଣାଯାଇଛି। ପାଖାପାଖି ଏକ ବର୍ଷ ବିଳମ୍ବରେ ଟେଣ୍ଡର ଆହ୍ୱାନ ହୋଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ସ୍ୱାଗତ କରିଛନ୍ତି। ପ୍ରାୟ ଦୁଇ ପୂର୍ବରୁ ପ୍ରଫେସର ସୁଧାଂଶୁ ଶେଖର ରଥ କୁଳପତି ଥିବାବେଳେ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ମହାନ୍ତି ପ୍ରଥମ ପର୍ଯ୍ୟାୟରେ ୬ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହାର ଆନୁମାନିକ ବ୍ୟୟ ଅଟକଳ ୧୨ କୋଟିକୁ ବୃଦ୍ଧି ପାଇଥିଲା। ପୂର୍ତ୍ତ ଆହ୍ୱାନ କରିଥିବା ଟେଣ୍ଡରରେ ବ୍ୟୟ ଅଟକଳ ୧୦ କୋଟି ୪୩ ଲକ୍ଷ ୫୫ ହଜାର ୩୩୫ ଟଙ୍କା ରଖାଯାଇଛି। ଏଥି ପାଇଁ ଜାତୀୟ ଟେଣ୍ଡର ଡକାଯାଇଛି। ୩୧ ତାରିଖ ଶେଷ ତାରିଖ ଅଛି। ଟେଣ୍ଡରରେ ୫୪୮ ଦିନ କାର୍ଯ୍ୟ ଅବଧି ରଖାଯାଇଛି। ଅର୍ଥ ମଞ୍ଜୁର ହୋଇଥିଲେ ହେଁ ପୂର୍ତ୍ତ ବିଭାଗର ଅବହେଳା କାରଣରୁ ଏହା ବିଲମ୍ବିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟରେ ଏବେ ପ୍ଲାଟିନମ୍‌ଜୁବିଲି ସକାଶେ ନିୟମିତ ଭାବେ ଭିନ୍ନ ଭିନ୍ନ ସଭା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ଅନେକ କାର୍ଯ୍ୟକ୍ରମର ଯୋଜନା ଥିଲେ ହେଁ ଏହାର ଅଧ୍ୟାପନା ପ୍ରକୋଷ୍ଠ-୧ ତଦନୁଯାୟୀ ଅପେକ୍ଷାକୃତ ସାନ ରହିଛି। ପ୍ଲାଟିନମ୍‌ଜୁବିଲି ମହୋତ୍ସବ ପୂର୍ବରୁ ପ୍ରେକ୍ଷାଳୟ ପ୍ରସ୍ତୁତ ହେବା ନେଇ କର୍ତ୍ତୃପକ୍ଷ ଆଶା ରଖିଥିଲେ ହେଁ ତାହା କେବଳ ଆଶାରେ ରହିଯିବାର ଏକପ୍ରକାର ସ୍ପଷ୍ଟ ହେଲାଣି। ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନାନୁସାରେ କନିଷ୍ଠ କଲେଜର ସମ୍ମୁଖରେ ଥିବା ଖାଲି ସ୍ଥାନରେ ଏହି ସୁବୃହତ୍‌ପ୍ରେକ୍ଷାଳୟ ନିର୍ମାଣ ହେବ। ଏଥିରେ ୧ ହଜାର ଦର୍ଶକଙ୍କ ବସିବା ସୁବିଧା ଥିବା ଗ୍ୟାଲେରୀ ସହ ମଞ୍ଚ ଓ ଗ୍ରୀନ୍‌ରୁମ୍‌ରହିବ। ପୁରୁଣା ଘରୋଇ ବସ୍‌ଷ୍ଟାଣ୍ଡରେ ଅନୁରୂପ ଏକ ପ୍ରେକ୍ଷାଳୟ ନିର୍ମାଣ ପ୍ରସ୍ତାବ ଥିଲେ ହେଁ ତାହା ବିଳମ୍ବିତ ହେଉଛି। ଜିଏମ୍‌ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ କ୍ରମରେ ଆଗାମୀ ଦିନରେ ନିଜସ୍ୱ ସ୍ପୋର୍ଟସ୍‌କମ୍ପଲେକ୍ସ ନିର୍ମାଣ ପ୍ରସ୍ତାବ ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top