ଓଡ଼ିଶା

ଜିଏମ୍ୟୁରେ ଅଗଷ୍ଟରୁ ଲାଗିବ ବାୟୋମେଟ୍ରିକ୍ସ ଉପସ୍ଥାନ ବ୍ୟବସ୍ଥା

ସମ୍ବଲପୁର, ୪/୮ : ଛାତ୍ରଛାତ୍ରୀ ଯେଭଳି ଶ୍ରେଣୀକୁ ଆସି ଶିକ୍ଷା ଗ୍ରହଣ କରିବେ ଓ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ନିୟମାନୁଯାୟୀ ହଷ୍ଟେଲରେ ରହିବେ ଏନେଇ ବ୍ୟବସ୍ଥା ସ୍ୱରୂପ ବିଭିନ୍ନ ସ୍ଥାନରେ ବାୟୋମେଟ୍ରିକ୍ସ ଲଗାଇବା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯୋଜନା ହୋଇଛି। ଉପ-କୁଳସଚିବ ଉମାଚରଣ ପତିଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ ଅଣ ଶିକ୍ଷକଙ୍କ ଉପସ୍ଥାନ ଓ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ୭ଟି ହଷ୍ଟେଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସେହିପରି ସମସ୍ତ ବିଭାଗରେ ଅଧ୍ୟାପକ ଉପସ୍ଥିତ ରହି ଯେଭଳି ଶିକ୍ଷା ପ୍ରଦାନ କରିବେ ଓ ଅଧ୍ୟାପକଙ୍କ ଅନୁପସ୍ଥିତିର ଅନ୍ୟ ଅଧ୍ୟାପକ ପାଠ ପଢ଼ାଉବା ପାଇଁ ଗତ ୩୧ ତାରିଖରେ ନୋଟିସ୍ ହୋଇଥିବା ଶ୍ରୀ ପତି ସୂଚନା ଦେଇଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ବିଭାଗରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପ ପାଇଁ ବାୟୋମୋଟ୍ରିକ୍ସ ଲାଗାଯିବ। ବାୟୋମେଟ୍ରିକ୍ସ ଲାଗିବା ପରେ ଅଧ୍ୟାପକ ଆଉ ରୋଲନମ୍ବର ଡାକି ଉପସ୍ଥାନ ନେବେ ନାହିଁ। ଫଳରେ ଉପସ୍ଥାନ ନେବା ପାଇଁ ଯେଉଁ ସମୟ ଲାଗୁଥିଲା ତାହା ବଞ୍ଚିବା ସହ ପାଠ ପଢ଼ା କାର୍ଯ୍ୟରେ ଲାଗିବ। ସେହିପରି ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଅନ୍ଲାଇନ୍ ମାଧ୍ୟମରେ ପଠାଯିବ, ଫଳରେ ଅଭିଭାବକ ମଧ୍ୟ ତାଙ୍କ ପୁଅ ଝିଅ ଶ୍ରେଣୀକୁ ଆସିଛନ୍ତି ନା ନାହିଁ ଜାଣି ପାରିବେ। ଏଥିପାଇଁ ମୋଟ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ଓ ଅଗଷ୍ଟ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଶ୍ରୀ ପତି ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top