ଓଡ଼ିଶା

ଜାଲ ସାଗରମାଳା ୱେବସାଇଟ୍: ୱେବସାଇଟରେ ଇଞ୍ଜିନିୟର ଓ ଡିପ୍ଲୋମା ଟ୍ରେନି ନିଯୁକ୍ତିର ମିଥ୍ୟା ବିଜ୍ଞାପନ

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ସାଗରମାଳା କାର୍ଯ୍ୟକ୍ରମର ବିଭିନ୍ନ ଅଂଶୀଦାର ଓ ନିଯୁକ୍ତି ଆଶାୟୀମାନଙ୍କୁ ଏକ ଜାଲ୍ ୱେବସାଇଟ http://sagarmala.org.in/ ପଠାଯାଉଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟ ନଜରକୁ ଆସିଛି। ଠିକ୍ ସାଗରମାଳା ୱେବସାଇଟ ଭଳି ଦେଖାଯାଉଥିବା ଏହି ୱେବସାଇଟରେ ଇଞ୍ଜିନିୟର ଟ୍ରେନି ଓ ଡିପ୍ଲୋମା ଟ୍ରେନି ନିଯୁକ୍ତିର ମିଥ୍ୟା ବିଜ୍ଞାପନ ସ୍ଥାନ ପାଇଛି।

ତେଣୁ ଏଭଳି ଜାଲ ୱେବସାଇଟ ଓ ଦିଗଭ୍ରଷ୍ଟ କରାଉଥିବା ମିଥ୍ୟା ବିଜ୍ଞାପନ ବାବଦରେ ସମସ୍ତଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ସଚେତ କରାଇ ଦିଆଯାଉଛି। ଉଲ୍ଲେଖଯୋଗ୍ୟ, ଏଭଳି ଜାଲ ୱେବସାଇଟ ଓ ମିଥ୍ୟା ବିଜ୍ଞାପନ ପ୍ରକାଶ କରିବା ଇନଫର୍ମେସନ ଟେକ୍ନୋଲୋଜି ଆଇନ ଓ ଆଇପିସି ଅନୁଯାୟୀ ଦଣ୍ଡନୀୟ। ଏଥିରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

ସାଗରମାଳା ସହ ଜଡ଼ିତ ଥିବା ସମସ୍ତ ପକ୍ଷଙ୍କୁ ସଚେତ କରାଯାଉଛି ଯେ, ସାଗରମାଳାର ପ୍ରକୃତ ୱେବସାଇଟ ହେଲା: http://www.sagarmala.gov.in/

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top