ଜାଲ ଶିକ୍ଷାଗତ ପ୍ରମାଣପତ୍ର ବଳରେ ଚୌକିଦାର ରେଞ୍ଜର, ବଲାଙ୍ଗୀର ଜଙ୍ଗଲ ବିଭାଗରେ ଦୁର୍ନୀତି

ବଲାଙ୍ଗୀର ୭-୧୨ (ଓଡ଼ିଆ ପୁଅ) ଜିଲ୍ଲା ଜଙ୍ଗଲ ବିଭାଗ ଡ଼ି ଏଫ ଓ ଖୋଲାଖୋଲି ମୋଟା ଅଙ୍କର କାରବାର କରି ଚୌକିଦାର ପଦବୀରେ ଥିବା ଜଣେ କର୍ମଚାରୀକୁ ରେଞ୍ଜ ଅଧିକାରୀ ପଦରେ ନିଯୁକ୍ତି ନେଇ ଅସନ୍ତୋଷ ଏବେ ବୃଦ୍ଧି ପାଇ ଚାଲିଛି। ଜିଲ୍ଲା ଡି ଏଫ ଓ ନିଜ ପଦବୀର ଦୁରୁପଯୋଗକରି କିଛି ଜାଲ ଶିକ୍ଷାଗତ ପ୍ରମାଣ ପତ୍ର କରେଇ ନବୀନ ଦାସ ନାମକ ଜଣେ ସମ୍ପର୍କୀୟ ଚୌକିଦାରକୁ ହଠାତ ରେଞ୍ଜର ପଦବୀ ରେ ନିଯୁକ୍ତ କରେଇ ଦେବା ନେଇ ବିଭାଗୀୟ ମହଲରେ ଚର୍ଚାର ବିଷୟ ପାଲଟିଛି। ଜିଲ୍ଲା ଡି ଏଫ ଓ ଙ୍କ ଏ ନିଯୁକ୍ତି କାରନାମା ସହ ବ୍ୟାପକ ଭାବେ ନୂତନବନୀକରଣ ହାତୀଗଣନା ଆଦି ପାଇଁ ସରକାର ଙ୍କ ଠାରୁ କୋଟି କୋଟି ଟଙ୍କା ଆସୁଥିଲେ ବି ସବୁ ଆତ୍ମସାତ କରାଯାଉଥିବା ନେଇ ଲିଖିତ ଅଭିଯୋଗ ଜନସେବା ସଂଘ କରି ବି ସୁଫଳ ନ ହେବ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିବା ଚେତାବନୀ ଦିଆଯାଇଛି। ବିଭାଗୀୟ ତଦନ୍ତ ଦାବି ହେଉଛି।

Leave a Reply

Your email address will not be published. Required fields are marked *