ଜାଲି ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ପୋଲସରା ୧୮-୩ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲା ଜାଲି ସାର୍ଟିଫିକେଟ୍ କାରବାରର ଭୂସ୍ବର୍ଗ।ପୂର୍ବରୁ ଜାଲି ସାର୍ଟିଫିକେଟ୍ ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସମେତ ଅଙ୍ଗନୱାଡି କର୍ମୀ ମଧ୍ୟ ଧରା ପଡିଛନ୍ତି। ବର୍ତ୍ତମାନ ପୋଲସରା ବିଧାୟକଙ୍କ ଜାଲି ସାର୍ଟିଫିକେଟ୍ ସଂପର୍କରେ ଖୁଲାସା ହେବା ପରେ ହାଇକୋର୍ଟ ରେ ମାମଲା ରୁଜୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ଜାଲି ସାର୍ଟିଫିକେଟ୍ ରେ ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ପାଇଛନ୍ତି। 2000 ମସିହା ଠାରୁ 2017 ମସିହା ମଧ୍ୟରେ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ବଡ ଦୁର୍ନୀତି ହୋଇଥିବା ନେଇ ସାମାଜିକ କର୍ମୀ ତଥା ସାମ୍ବାଦିକ ସମରଜିତ୍ ମହାନ୍ତି ଅଭିଯୋଗ କରିଛନ୍ତି। ଏହି ଜାଲି ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି କ୍ଷେତ୍ରରେ ପରୋକ୍ଷରେ ଜିଲ୍ଲାପାଳ କାର୍ଯ୍ୟାଳୟ, ଡିପିସି, ବିଇଓ ଏବଂ ଡିଇଓ କାର୍ଯ୍ଯାଳୟ ସଂପୃକ୍ତ ରହିଛନ୍ତି। ଉଚ୍ଚ ଶିକ୍ଷା ଲାଭ କରି ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ଆଶା ଓ ସ୍ବପ୍ନ ଧୂଳିସାତ୍ ହୋଇଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅଯୋଗ୍ୟ ମାନେ ଜାଲି କରି ନିଯୁକ୍ତି କ୍ଷେତ୍ରରେ ପ୍ରବେଶ କରି ଦରମା ବାବଦରେ ରାଜକୋଷକୁ ହରିଲୁଟ କରି ଚାଲିଛନ୍ତି। କମ ନମ୍ବର ରଖିଥିବା ଯୁବକ ଓ ଯୁବତୀ ନିଜର ମାର୍କ ଲିଷ୍ଟ ରେ ଛେଡଛାଡ କରି ସିଟି ଓ ବଇଡି ପାଇବାରେ ସମର୍ଥ ହୋଇଛନ୍ତି। ସଂସ୍କୃତ ଓ ବାହାର ରାଜ୍ୟର ଜାଲି ସାର୍ଟିଫିକେଟ୍ ମଧ୍ୟ ବ୍ୟବହାର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଜାଲି ସାର୍ଟିଫିକେଟ୍ ପ୍ରସ୍ତୁତ ମଧ୍ୟ କରାଯାଉଛି। ଗଞ୍ଜାମ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ହୋଇଥିବା ବଡ ଦୁର୍ନୀତିର ତଦନ୍ତ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ୱାରା ତଦନ୍ତ କରାଗଲେ ସମସ୍ତ ଘଟଣା ପଦାକୁ ଆସିବ ବୋଲି ଶ୍ରୀ ମହାନ୍ତି ଜିଲ୍ଲାପାଳ, ଡିପିସି ଏବଂ ଡିଇଓଙ୍କୁ ଦରଖାସ୍ତ ଲେଖି ଅନୁରୋଧ କରିଛନ୍ତି।

ବର୍ତ୍ତମାନ ସୂଚନା ତଥ୍ୟ ମାଧ୍ୟମରେ ବେଗୁନିଆପଡା ଓ ପୋଲସରା ଅଞ୍ଚଳର ଜାଲି ଶିକ୍ଷକ ଓ ଶିକ୍ଷୟତ୍ରୀ ଚିହ୍ନଟ କରାଯାଇଛି ଏବଂ ଆଗକୁ ଆହୁରି ଚିହ୍ନଟ ହେବେ ଏହି ଘଟଣା ସଂପର୍କରେ କ୍ରାଇମବ୍ରାଞ୍ଚଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ତଦନ୍ତ ନାମରେ ଦୁର୍ନୀତିକୁ ଚପେଇ ଦେବା ପାଇଁ ଉଦ୍ୟମ ହେଲେ କଥା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଜନ ସ୍ବାର୍ଥ ମମଲା ଦାୟର କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଶିକ୍ଷା କ୍ଷେତ୍ରରେ ମହା ଦୁର୍ନୀତିର ଖୁଲାସା ହେବାର ସମ୍ଭାବନା କୁ ଏଡାଇ ହେବ ନାହିଁ। ହୁଏତ ଏହି ଘଟଣା ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମୟରେ ନିଯୁକ୍ତି କ୍ଷେତ୍ରରେ ବଡ ଦୁର୍ନୀତି ହୋଇ ପଦାକୁ ଆସିବାର ସମ୍ଭାବନା ରହିଛି। ଆଗକୁ ସାଧାରଣ ନିର୍ବାଚନ ରହିଛି ତାପୂର୍ବରୁ ନିଯୁକ୍ତି କ୍ଷେତ୍ରରେ ଘୋଟଲା ଆସିଗଲେ ନିଶ୍ଚିତ ଭାବରେ ରାଜନୈତିକ ସରଗରମ ବଢିଯିବ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମିଥ୍ୟା ସତ୍ୟ ପାଠ ଓ ଜାଲି ସାର୍ଟିଫିକେଟ୍ କୁ ନେଇ ଉଚ୍ଚ ନ୍ୟାୟାଳୟ ରେ ଦୁଇଟି ମାମଲା ରୁଜୁ ହୋଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଲାଣି। ପୋଲସରା ବିଧାୟକଙ୍କୁ ପାଣ୍ଡିଆନ ସୁରକ୍ଷା ଦେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଜଣେ ଶିକ୍ଷକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ଆଣିଥିବା କଥା ଏକ ଖବର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଦୁର୍ନୀତି ପଛରେ ପାଣ୍ଡିଆନଙ୍କ ହାତ ନେଇ ଚର୍ଚ୍ଚା ଜୋର ଧରିଛି। ଶିକ୍ଷା କ୍ଷେତ୍ରରେ ମହା ଦୁର୍ନୀତି ର ତଦନ୍ତ ହେଲେ ପାଣ୍ଡିଆନ ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *