ଜିଲ୍ଲା ପରିକ୍ରମା

ଜାଲନୋଟ କଳା ସାମ୍ରାଯ୍ୟ କାୟା ବିସ୍ତାର କାରିଙ୍କୁ କୋଟ •ଲାଣ

ଖଡିଆଳ/ନୂଆପଡା-୧୮.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ପୋଲିସ ଜାଲନୋଟ ପ୍ରସ୍ତୁତ କରୁଥିବା ଅନ୍ତଃଜିଲା ଏକ ଜାଲନୋଟ ରାକେଟକୁ ଠାବ କରିଛି । ଦୀର୍ଘଦିନରୁ ନୂଆପଡା ଓ ପଡୋଶୀ କଲାହାଣ୍ଡି ଜିଲାରେ ଜାଲନୋଟ କଳା ସାମ୍ରାଯ୍ୟ କାୟା ବିସ୍ତାର କରି ଆସିଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ଗିରଫ ୫ ଜଣ ଅଭିଯୁକ୍ତମାନଙ୍କ ମଧ୍ୟରେ ନୂଆପଡା ଜିଲା ଖଡିଆଳ ଥାନା ଅନ୍ତର୍ଗତ ଚଲାନପଡା ଗାଁ ର ଦାମୋଦର ଚଲାନ, ଖଡିଆଳ ଧୋବାପଡା ରାମେଶ୍ୱର ବାଗ ଓ ଅରବିନ୍ଦ ବାଗ, କଲାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ଗାଁ ସନ୍ତୋଷ ସରାଫ ଓ ଟେମରୀ ଗାଁର ଭବାନୀ ଶଙ୍କର ବାଗ ବୋଲି ଜଣାପଡିଛି । ଏଥିସହ ସେମାନଙ୍କଠାରୁ ୧୦୨ ଟି ଶହେ ଟଙ୍କିଆ ନୋଟ ଜବତ କରିବା ସହ ଜାଲନୋଟ ପ୍ରସ୍ତୁତି ପାଇଁ ବ୍ୟବହୃତ ହୋଇଥିବା କମ୍ପୁ୍ୟଟର, ପ୍ରିଣ୍ଟର, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି । ଦୀର୍ଘ ଦିନରୁ ଖଡିଆଳ ଅଂଚଳରେ ଜାଲନୋଟ କାରବାର ଚାଳିଥିବା ନେଇ ବାରମ୍ବାର ଖଡିଆଳ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା । ଏହି ସୂଚନା ମିଳିବା ପରେ ଖଡିଆଳ ଡି.ଏସ.ପି. ଗୋବିନ୍ଦ ଚନ୍ଦ୍ର ବୁରୁଡା ଓ ସବଇନିସପେକ୍ଟର ଆଦିତ୍ୟ ମହାକୁଡ ଙ୍କ ନେତୃତ୍ୱରେ ପୋଲିସ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥଲେ । ପରିଶେଷରେ ଚଲାନପଡାରୁ ଦାମୋଦର ଦାମୋଦର ଓ ଧୋବାପଡାରୁ ରାମେଶ୍ୱରଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଏହା ପରେ ପୋଲିସ ଅନ୍ୟ ଅଭିଯୁ୍କ୍ତଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲେ । ଆଜି ଅପରାହ୍ନରେ ଗିରଫ ୫ ଜଣ ଅଭିଯୁକ୍ତଙ୍କୁ ଖଡିଆଳ କୋର୍ଟକୁ ଚାଲାଣ କରାଯାଇଥିଲା । ସେମାନଙ୍କର ଯାମିନ ଆବେଦନ ଖାରଜ ହେବାରୁ ବି•ର ନ୍ୟାୟାଳୟ ବିଭାଗକୁ ପଠାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top