ଓଡ଼ିଶା

ଜାରକା ଜଳସମ୍ପଦ ବିଭାଗର ଅଣଦେଖା ; କୂଳ ଖାଉଚି ଖରସ୍ରୋତା ନଦୀ, କଚେରୀ ଗାଁ ପ୍ରତି ବିପଦ, ସ୍ଥାନୀୟବାସୀ ଆତଙ୍କିତ

ଯାଜପୁର -୧୧/୭(ଓଡିଆ ପୁଅ/ଏ.ରାଉତ) – ଜାରକା ଜଳସେଚନ ବିଭାଗ ଅଧିନରେ ଥିବା ଉପର ବରୁଆଁ ପଞ୍ଚାୟତ ଖରସ୍ରୋତା ନଦୀପାର୍ଶ୍ୱ ଘେରିବନ୍ଧ ନଥିବା କଚେରୀ ଗାଁ ନଦୀଗର୍ଭରେ ଲୀନ ହେବ ବୋଲି ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ନଦୀସ୍ରୋତରେ ଗ୍ରାମରେ ପ୍ରବେଶ କରିବା ସହ ନଦୀକୂଳ ଅତଡ଼ା ଖାଉଥିବାରୁ ଗ୍ରାମପ୍ରତି ବିପଦ ଦେଖାଦେଇଛି। ଘେରିବନ୍ଧ ସମ୍ପୂର୍ଣ୍ଣ ହୋଇନଥିବାରୁ ନଦୀପାର୍ଶ୍ୱରେ ବସବାସ କରୁଥିବା ୩୦୦ ରୁ ଉର୍ଦ୍ଧ୍ୱ ପରିବାର ବନ୍ୟା ସମୟରେ ଆତଙ୍କିତ ଅବସ୍ଥାରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ଏପଟେ ଜଳସମ୍ପଦ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଜାରକା ଜଳସେଚନ ବିଭାଗ ପକ୍ଷରୁ ନଦୀପାଶ୍ୱର୍ରେ କିଛି ବାଟ କରାଯାଇଥିବାବେଳେ ଘେରିବନ୍ଧର ଅସମ୍ପୂର୍ଣ୍ଣ କାର୍ଯ୍ୟ ଯୋଗୁ ଗ୍ରାମବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଜଳସମ୍ପଦ ବିଭାଗ ପକ୍ଷରୁ ନଦୀପାର୍ଶ୍ୱ ଘେରିବନ୍ଧ କାର୍ଯ୍ୟ କଚେରୀ ଗାଁ ପର୍ଯ୍ୟନ୍ତ ଆରମ୍ଭ କରାଯାଇଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା କେବଳ ନଦୀପାଶ୍ୱର୍ରେ କଚେରୀ ଗାଁ ପର୍ଯ୍ୟନ୍ତ ମାଟି ପକାଇ କାର୍ଯ୍ୟ ବନ୍ଦ କରିଦେଇଛି। ଯାହାଫଳରେ ବର୍ଷା ହେବାଦ୍ୱାରା ମାଟି ଧୋଇହୋଇ ନଦୀରେ ମିଶିଯାଉଛି। ପୂର୍ବରୁ ଲୋକେ ଏହି ବନ୍ଧଦେଇ ଚଳପ୍ରଚଳ କରୁଥିବାବେଳେ ତାହା ଏବେ ସମସ୍ୟା ସୃଷ୍ଟି କରିଛି। ସେହିପରି ଉକ୍ତ ଘେରିବନ୍ଧ ନଦୀପାର୍ଶ୍ୱ ଗ୍ରାମକୁ ସମ୍ପୂର୍ଣ୍ଣ ଘେରିବନ୍ଧ ସଂଯୋଗ କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ କଚେରୀ ଗାଁ ଆରମ୍ଭ ହେଉଥିବା ନଦୀପାର୍ଶ୍ୱ ଗ୍ରାମ ପର୍ଯ୍ୟନ୍ତ ଘେରିବନ୍ଧ ନିର୍ମାଣ କରାଯାଇ କଚେରୀ ଗାଁ ଗ୍ରାମକୁ ବାଦ୍ ଦେଇଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖରସ୍ରୋତା ନଦୀପାର୍ଶ୍ୱ ଉପର ବରୁଆଁ ପଞ୍ଚାୟତର କଚେରୀ ଗାଁ ଗ୍ରାମରେ ୩୦୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ପୂର୍ବରୁ ନଦୀପାଶ୍ୱର୍ରେ ଘେରିବନ୍ଧ ନିର୍ମାଣ କରାଯାଇଥିଲା। ଘେରିବନ୍ଧର ପାଶ୍ୱର୍ରେ ପଥର ପ୍ୟାକିଂ କରାନଯିବା ଯୋଗୁ ପ୍ରତିବର୍ଷ ନଦୀସ୍ରୋତରେ ତାହା ଧୋଇ ହୋଇଗଲା। ଘେରିବନ୍ଧ ଧୋଇଯିବା ଯୋଗୁ ବନ୍ୟା ସମୟରେ ନଦୀର ସ୍ରୋତ ଗ୍ରାମରେ ଧକ୍କା ଖାଇବା ଯୋଗୁ ନଦୀକୂଳ ଅତଡ଼ା ଖାଇ ଗ୍ରାମ ପର୍ଯ୍ୟନ୍ତ ନଦୀ ମାଡ଼ିଆସୁଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ନଦୀପାଶ୍ୱର୍ରେ ବସବାସ କରୁଥିବା କେତେକ ପରିବାରଙ୍କ ଘର ଲୀନ ହୋଇଯିବା ଯୋଗୁ ଉକ୍ତ ପରିବାରଗୁଡ଼ିକ ଗ୍ରାମ ଭିତରକୁ ପଳାଇ ଆସିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ନଦୀକୂଳ ଖାଉଥିବା ପ୍ରକାଶ କରିଛନ୍ତି। ଖରସ୍ରୋତା ନଦୀରେ ବନ୍ୟା ଆସିଲେ କଚେରୀ ଗାଁର ଲୋକମାନେ ଜଳବନ୍ଦୀ ଜୀବନ ବିତାଇଥାନ୍ତି। ଖରସ୍ରୋତା ନଦୀର କଚେରୀ ଗାଁ ନିକଟରୁ ବେଆଇନଭାବେ ବାଲି ଉଠାଣ ଯୋଗୁ ନଦୀର ଗତିପଥ ପରିବର୍ତ୍ତନ ଆଶଙ୍କା ଦେଖାଦେଇଛି। ସେହିପରି ମାଟି ମାଫିଆମାନେ ନଦୀପଠାରୁ ବେଆଇନଭାବେ ମାଟି ଉଠାଣ କରିବା ଯୋଗୁ ଗ୍ରାମପ୍ରତି ବିପଦ ଦେଖାଦେଇଛି। ବେଆଇନ ବାଲି ଓ ମାଟି ଉଠାଣ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାଲି ମାଫିଆମାନେ ନଦୀପାଶ୍ୱର୍ରୁ ଅତି ଗଭୀରଭାବେ ବାଲି ଉଠାଣ କରିବା ଯୋଗୁ ନଦୀପାର୍ଶ୍ୱରେ ବସବାସ କରୁଥିବା ଲୋକମାନେ ନଦୀକୁ ଗାଧୋଇବାକୁ ଯିବାକୁ ଭୟ ମନେକରୁଛନ୍ତି। ଗଭୀର ଜାଣିନପାରି ନଦୀକୁ ଗାଧୋଇବାକୁ ଯାଇ ୩ ଜଣ ଲୋକ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଜଳସମ୍ପଦ ବିଭାଗ କଚେରୀ ଗାଁ ନଦୀପାଶ୍ୱର୍କୁ ଘେରିବନ୍ଧ କରିବାପାଇଁ ଦାବି କରିଛନ୍ତି। ବନ୍ୟାଜଳ ଗ୍ରାମରେ ପ୍ରବେଶ କରୁଥିବାରୁ ବନ୍ୟା ସମୟରେ ଗ୍ରାମରୁ ବିଦ୍ୟୁତ୍ ସଂଯୋଗ କରାଯାଉନଥିବାରୁ ନଦୀପାଶ୍ୱର୍ରେ ବସବାସ କରୁଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଥାନ୍ତି। ସରକାର ବନ୍ୟା ଦାଉରୁ ଲୋକଙ୍କୁ ରକ୍ଷା କରିବାପାଇଁ ନଦୀବନ୍ଧ ସୁଦୃଢ଼ୀକରଣ କରିବା ସହ ନଦୀପାଶ୍ୱର୍ରେ କୋଟି କୋଟି ଟଙ୍କା ବ୍ୟୟକରି ଘେରିବନ୍ଧ ନିର୍ମାଣ କରୁଛନ୍ତି। କିନ୍ତୁ ଖରସ୍ରୋତା ନଦୀପାଶ୍ୱର୍ରେ ବସବାସ କରୁଥିବା କଚେରୀ ଗାଁ ପ୍ରତି ଜଳସମ୍ପଦ ବିଭାଗର ଅଣଦେଖା ମନୋଭାବ ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି। ଯଦି ଘେରିବନ୍ଧ କରାନଯାଏ, ତେବେ କଚେରୀ ଗାଁର ବହୁ ଘର ନଦୀଗର୍ଭରେ ଲୀନ ହୋଇଯିବ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top