ଜାରକା କୁମାରୀ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି

ଯାଜପୁର-୨୩/୭(ଓଡିଆ ପୁଅ/ଏ.ରାଉତ)ଲଗାଣ ବର୍ଷା ଲାଗି ଗତ ୩ ଦିନ ହେଲା ଲାଗି ରହିଥିବାରୁ ଧର୍ମଶାଳା ବ୍ଲକର ତଳିଆ ଅଞ୍ଚଳ ବର୍ଷାପାଣିରେ ଜଳମଗ୍ନ ହୋଇଯାଇଛି। ଜାରକା ବଜାରରେ ଡ୍ରେନଜ୍ ବ୍ୟବସ୍ଥା ଫେଲମାରିଛି। ଡ୍ରେନ ଗୁଡିକ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବାରୁ ପାଣି ନିଷ୍କାସନ ନହୋଇ ଦୋକାନମାନଙ୍କରେ ପଶିଯାଇ ବ୍ୟାପକ କ୍ଷୟକ୍ଷତି କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ବ୍ଲକ କାର୍ଯ୍ୟାଳୟରୁ କେଇ ମାତ୍ରା ଦୂରତାରେ ଅବସ୍ଥିତ କୁମାରୀ ପଞ୍ଚାୟତର ମୁଖ୍ୟରାସ୍ତା ବର୍ଷାରେ ଜଳମଗ୍ନ ହୋଇଯାଇଛି। ଏହି ରାସ୍ତା ପାଶ୍ୱର୍ରେ କୌଣସି ଡ୍ରେନ ବ୍ୟବସ୍ଥା ନଥିବା ଏବଂ ଉଭୟ ପାଶ୍ୱର୍ରେ ଗୃହ ଥିବାରୁ ବର୍ଷାପାଣି ନିଷ୍କାସନ ହୋଇ ନପରି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଯଦ୍ୱାରା ଯାତାୟତରେ ବାଧା ସୃଷ୍ଟି ହୋଇଛି। ଲୋକମାନେ ପାଣିରେ ପଶି ଯାଆସ କରୁଛନ୍ତି। ଦୀର୍ଘ ବର୍ଷ ହେଲା ଏହି ରାସ୍ତାରେ ଏମିତି ପାଣି ଜମି ଆସୁଛି। କିନ୍ତୁ କେହିବି ମୁହଁ ଖୋଲୁ ନାହାନ୍ତି ଏହାର ସମାଧାନ ପାଇଁ। ଆମ ଗାଁ ଆମ ବିକାଶ ଯୋଜନାରେ ପଞ୍ଚାୟତର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ କୁମାରୀ ପଞ୍ଚାୟତର ଏହି ମୁଖ୍ୟ ରାସ୍ତାର ଶୋଚନୀୟ ସ୍ଥିତି ବ୍ୟତିକ୍ରମ ବୋଲି ପଞ୍ଚାୟତବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *