ଜିଲ୍ଲା ପରିକ୍ରମା

ଜାପାନୀଜ୍ବର ପ୍ରତିଷେଧକ ବ୍ୟବସ୍ଥା ଓ ଜନସଚେତନତା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

 

ମାଲକାନଗିରି, ୩୧ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଗତ ୨୦୧୨, ୨୦୧୪ ଓ ୨୦୧୬ ମସିହାରେ ଭୟାବହ ଜାପାନୀ ଏନସେଫାଲାଇଟ୍ସ ରୋଗବ୍ୟାପି ଶତାଧିକ ଶିଶୁଙ୍କର ମୃତ୍ୟୁଘଟିଥିଲା। ଏହି ରୋଗ ପ୍ରତି ଦୁଇବର୍ଷରେ ଥରେ ହେଉଥିବାରୁ ଚଳିତବର୍ଷ ଏହି ରୋଗ ଜିଲ୍ଲାରେ ଯେପରି ନବ୍ୟାପିବ ସେନେଇ ଆଗତୁରା ଜେଇ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ର ଆୟୋଜନ କରାଯାଇଛି। ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ ଙ୍କ ନିର୍ଦ୍ଦେକ୍ରମେ ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀ ଡା.ଅମରେନ୍ଦ୍ରକୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ରକ୍ତଭଣ୍ଡାର ସଭାଗୃହରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି।

ଏହି ବୈଠକରେ ଶିଶୁରୋଗ ବିଶେଷଜ୍ଞ ଡା.ସନ୍ତୋଷକୁମାର ମିଶ୍ର, ଏଡିଏମଓ ଡା.ଅଜୟକୁମାର ବୈଠାରୁ, ଜିଲ୍ଲାମଶାବାହିତ ରୋଗ ପରାମର୍ଶଦାତା ଅଜିତକୁମାର ଦଳେଇ, ଡିପିଏମଓ ଶୁଭକାନ୍ତ ଗନ୍ତାୟତ ଓ ଅନ୍ୟାନ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଶତାଧିକ ମହିଳାସ୍ୱାସ୍ଥ୍ୟ କର୍ମୀ ମାନେ ଯୋଗଦେଇ ଚଳିତବର୍ଷ ଜିଲ୍ଲାରେ ଜାପାନୀ ଜ୍ୱର କିମ୍ବା ଅନ୍ୟାନ ଭୁତାଣୁବାହକ ଓ ମଶାବାହିତ ରୋଗ ନ ହେବ ଓ ସେମାନଙ୍କ ଦାଉରୁ ଜିଲ୍ଲାବାସୀଙ୍କୁ ରକ୍ଷାକରାଯାଇ ଆଗତୁରା ପ୍ରତିଶେଷଧକ ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଥିଲେ। ବିଭିନ୍ନ ଗ୍ରାମରେ ଡିଡିଟି ସିଂଚନ ନିମନ୍ତେ ୧୨୫ଜଣ, ଫଗିଙ୍ଗ ମେସିନରେ ମଶାଧୁଆଁ ସିଚଂନ ନିମନ୍ତେ ୨୨୧ଜଣ, ଗାଁର ପରିବେସ ପରିସ୍କାର ପରିଛନ୍ନ୍ ରଖିବା ନିମନ୍ତେ୧୦୯୩ଜଣ କର୍ମଚାରୀଙ୍କୁ ମୁତୟନ କରାଯିବାସହିତ ୧୧୦୦ଜଣ ଆଶାକର୍ମୀ, ୩୨୦ଜଣ ଅଙ୍ଗନ ଓ୍ୟାର୍ଡିକର୍ମୀ ଙ୍କ ସହିତ ଜିଲ୍ଲାରେ ଥିବା ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନେ ବିଭିନ୍ନ ଗ୍ରାମକୁ ଯାଇ ଜନସଚେତନତା କରିବାସହିତ ଏହି କାର୍ଯ୍ୟକ୍ରମରେ ସହଯୋଗକରି ରୋଗପ୍ରତିଷେଧକ ବ୍ୟବସ୍ଥାପାଇଁ ସଜାଗରହିବେ ବୋଲି ଏହି ବୈଠକରେ ନିଷ୍ପତି ନିଆ ଯାଇଛି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top