ଜାନୁୟାରୀ ୪ ତାରିଖରେ ପ୍ରକାଶ ପାଇବ ସଂଶୋଧିତ ଭୋଟର ତାଲିକା

ମାଲକାନଗିରି, ୩ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପ୍ରକାଶିତ ହେବାକୁ ଥିବା ସଂଶୋଧିତ ଚୁଡାନ୍ତ ଭୋଟର ତାଲିକା ଆସନ୍ତା ଜାନୁୟାରୀ ମାସ ୪ ତାରିଖରେ ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏହା ନିଷ୍ପତି ଗ୍ରହଣ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟା କାନ୍ତ ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦିଆଯାଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ୪ଲକ୍ଷ ୨ହଜାର ୧୪୦ ଜଣ ଭୋଟର ଥିବାବେଳେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୧୦ ହଜାର ୫୪୩ ଜଣ ପୁରୁଷ ଭୋଟର ଓ ୧ ଲକ୍ଷ ୧୧ ହଜାର ୨୧୮ ଜଣ ମହିଳା ଭୋଟର ରହିଛନ୍ତି। ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୭ ହଜାର ୪୩ ଜଣ ପୁରଷ ଓ ୯୩ ହଜାର ୩୨୩ ଜଣ ମହିଲା ଭୋଟର ରହିଛନ୍ତି। ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୯୯ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୪୪ଟି ବୁଥ ରହିଛି। ୩୪୧୫ ନୂଆ ଭୋଟରଙ୍କୁ ଯୋଗ କରାଯାଇଛି। ଠିକ ସେହିପରି ଜିଲ୍ଲାରେ ୮୫୧୩ ଜଣ ଭୋଟର ବାଦ ହେବେ, ୨୨୭୪ଜଣ ଭୋଟରଙ୍କର ସଂଶୋଧନ ହେବ। ୩୮୫ ଜଣ ଭୋଟର ନିଜ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରିବେ ବୋଲି ଜଣାପଡିଛି। ଆମେ ଭାରତର ନାଗରିକ ଲୋକତନ୍ତ୍ରରେ ପୂର୍ଣ୍ଣ ଆସ୍ଥା ରଖି ଶପଥ ନେଉଛୁ ଆମଦେଶର ଲୋକତନ୍ତ୍ର ପରଂମ୍ପରା ମର୍ଯ୍ୟାଦାକୁ ବଚେଂଇ ରଖି ସ୍ୱତନ୍ତ ନିଷ୍ଠା ଶାନ୍ତିପୂର୍ଣ୍ଣ ନିର୍ବାଚନ ଗରିମାକୁ ଅକ୍ଷୁର୍ଣ୍ଣ ରଖି ନିର୍ଭୟତାର ସହିତ ଧର୍ମ, ବର୍ଣ୍ଣ, ଜାତି ଓ ଭାଷାକୁ ଆଖିଆଗରେ ରଖି ଅନ୍ୟ କିଛି ପ୍ରଲୋଭନରେ ପ୍ରାଭାବିତ ନହୋଇ ସମସ୍ଥ ନିର୍ବାଚନରେ ମତଦାନ କରିବୁ ବୋଲି ଚଳିତ ନିର୍ବାଚନର ନାରା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରାମକୃଷ୍ଣ ନାୟକ, ସହକାରୀ ଜିଲ୍ଲା ପାଳ ହୃଷିକେଶ ଗଣ୍ଡ, ନିର୍ବାଚନ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ଜୟଦେବ ଦାଶ, ଉତମ ନାୟକ ପ୍ରମୁଖ ରାଜନୈତିକ ଦଳର ସଭାପତି ସଂପାଦକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ।

Leave a Reply

Your email address will not be published. Required fields are marked *