ମାଲକାନଗିରି,୧୨ା୯ (ଓଡିଆ ପୁଅ )ଗତ୧୦ତାରିଖ ଠାରୁ ଜାତୀୟ ସ୍ୱାସ୍ଥ୍ୟମିଶନ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କାର୍ଯ୍ୟରେ ବାଧାସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଭାବେ ଦୀର୍ଘ ୧୨ବର୍ଷ ଧରି ଶତାଧିକ କର୍ମଚାରୀମାନେ କାର୍ଯ୍ୟ କରିଆସୁଥିଲେବି ସେମାନଙ୍କ ଚାକିରି ରେ ସ୍ଥାୟୀତ୍ୱ ନହେବ ଦ୍ୱାରା ସେମାନଙ୍କ ଭବିଷ୍ୟତ ଅନ୍ଧାରମୟ ହୋଇ ଯାଇଥିବାରୁ ୬ଦଫା ଦାବି ପୁରଣ ନେଇ ଗତ ୧୦ତାରିଖ ଠାରୁ ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଜିଲ୍ଲାସଭାପତି ବିକାଶ କୁମାର ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶ ରେ ଯୋଗଦେଇଛନ୍ତି । ଜିଲ୍ଲାସଦର ମହକୁମା ସିଡିଓମଓ କାର୍ଯ୍ୟାଳୟ ସହିତ ସାତଟି ବ୍ଲକ ଓ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କାର୍ଯ୍ୟରତ ଶତାଧିକ ସ୍ୱାସ୍ଥ୍ୟମିଶନ କର୍ମଚାରି ମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସେମାନଙ୍କ କାର୍ଯ୍ୟାଳୟରେ ତାଲା ପଡିଯାଇଛି । ସ୍ୱାସ୍ଥ୍ୟ ସମସ୍ୟା ସଂପର୍କରେ ବିଭିନ୍ନ ଅଚଂଳରୁ ଆସୁଥିବା ରୋଗୀ ଓ ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟମିଶନ କାର୍ଯ୍ୟାଳୟରେ ତାଲା ପଡିଥିବାର ଦେଖି ସେମାନଙ୍କ କାମ ନକରିପାରି ନିରାଶ ହୋଇ ଫେରିଯାଉଥିବାର ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟମିଶନ କର୍ମଚାରି ମାନଙ୍କ ଦାବିଗୁଡିକ ମଧ୍ୟରେ ମୁଖ୍ୟତ ନନ୍ ମେଡିକାଲ ପବ୍ଲିକ ହେଲ୍ପ ମ୍ୟାନେଜେରିଆଲ କ୍ୟାଡର ସୃଷ୍ଟିକରି ଚାକିରୀ ନିୟମତି କରିବା,ସପ୍ତମ ବେତନ କମିଶନରଙ୍କ ସୁପାରିସ ଅନୁଯାଇ ସବ ର୍ନିମ୍ମ ଦରମା୧୮ହଜାରରୁ ଅଧିକ ସହିତ ସରକାରୀ କର୍ମଚାରୀଙ୍କ ଭଳି ଭତା,ଅନ୍ୟାନ ସୁଭିଧା ଯୋଗଇଦେବା,ସମସ୍ତଙ୍କ ପାଇଁ କର୍ମଚାରୀ ଭବିଶ୍ୟନିଧି ପାଠିଂର (ଇପିଏଫ) ପ୍ରଦାନକରିବା,କାର୍ଯ୍ୟଦକ୍ଷତା ପ୍ରୋତ୍ସାହନ ରାଶି ଉଚ୍ଛେଦ କରିବା,କର୍ମଚାରିଙ୍କର ସ୍ୱାସ୍ଥୟବିମା ପଲିସ କରିବା,ଘରଭଡା ଭତା ସହିତ ଲୟାଲିଟି ବୋନସ ପ୍ରଦାନକରିବା ଆଦି ଦାବିରହିଛି ।
