ଜାତୀୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ଶ୍ରୀକାନ୍ତ ମନୋନୀତ

ଭଦ୍ରକ,୫ା୬ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଜାତୀୟ ସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳରେ ଭଦ୍ରକ ଜିଲାରୁ ଶ୍ରୀକାନ୍ତ ଯେନା ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତା ଉତ୍ତର ପ୍ରଦେଶର ନୋଇଡା ଠାରେ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖରେ ସମାପ୍ତ ହେବ । ଶ୍ରୀକାନ୍ତ ପ୍ରଥମେ ରାଜ୍ୟ ସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେଠାରେ ଉନ୍ନତ ଖେଳ ପ୍ରଦର୍ଶନ କରି ଜାତୀୟସ୍ତରୀୟ ବାସ୍କେଟବଲ ପ୍ରତିଯୋଗିତ ପାଇଁ ଓଡ଼ିଶା ଦଳରେ ମନୋନୀତ ହୋଇଛନ୍ତି । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାଟି ଗତମାସ ୧୧ ତାରିଖରୁ ଆରମ୍ଭ ହୋଇ ଗତମାସ ୧୪ ତାରିଖ ପର୍ଯ୍ୟନ୍ତ କଟକର ବାରବାଟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ତାଙ୍କର କୋଚ୍ ମନୋଜ ସାହୁ ତଥା ଭଦ୍ରକ ଜିଲା ବାସ୍କେଟବଲର ପ୍ରଶିକ୍ଷକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେ ଜାତୀୟ ସ୍ତରରେ କିପରି ଭଲ ଖେଳ ପ୍ରଦର୍ଶନ କରିବେ, ଆଶା ପ୍ରକଟ କରିଛନ୍ତି । ସେ ବର୍ତ୍ତମାନ କଟକସ୍ଥିତ ସାଇ ହଷ୍ଟେଲରେ ରହି ପ୍ରଶିକ୍ଷଣ ନେଉଛନ୍ତି । ସେ ଦଳରେ ସ୍ଥାନ ପାଇଲା ପରେ ଭଦ୍ରକ ଜିଲାର ବାସ୍କେଟବଲ ଖେଳାଳି ଓ ବରିଷ୍ଠ ଖେଳାଳୀ ତନ୍ମୟ ମହାନ୍ତି, ବିଶ୍ୱାମିତ୍ର ବେହେରା, ଅଭିଷେକ ମହାନ୍ତି, ମନୋଜ ମହାନ୍ତି, ଚିନ୍ମୟ ବେହେରା, ରାଜବଲ୍ଲଭ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ଅଭିନନ୍ଦନ କରିଛନ୍ତି । ଭଦ୍ରକ ଜିଲା ଆଥଲେଟିକ୍ ଆସୋସିଏସନ୍ର ସଂପାଦକ ଧୀରେନ ପଲାଇ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *