ଜାତୀୟ ସେବା ଯୋଜାନା ପକ୍ଷରୁ ଶୀତକାଳିନ ସ୍ୱତନ୍ତ୍ର ଶିବିର

ବୌଦ୍ଧ, ୦୩ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳିନ ସ୍ୱତନ୍ତ୍ର ଶିବର ସାନବଙ୍କାପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅଧ୍ୟାପକ ପ୍ରଭାତ ଚନ୍ଦ୍ର ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ଏଥିରେ ୨୫ ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇ ସାନବଙ୍କାପଡା ଗ୍ରାମକୁ ସଫେଇ କରିବା ସହ ଗ୍ରାମର ଅନେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସଚେତନତା ସୃଷ୍ଟି କରିବାସହ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷ ଡମ୍ବରୁଧର ଭୋଇ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *