ଜାତୀୟ ସଫ୍ଟ ବେସବଲ ଟ୍ରଫି ଉନ୍ମୋଚିତ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସଫ୍ଟବେସବଲ ଆସୋସିଏସନ୍ ଓଡିଶା ଆନୁକୂଲ୍ୟରେ ତଥା ସଫ୍ଟବେସ୍ବଲ୍ ଫେଡେରେସନ ଅଫ୍ ଇଣ୍ଡିଆ ସହଯୋଗରେ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ, ତାଳବଣିଆ, ପୁରୀ ଠାରେ ଚଳିତ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା ଚତୁର୍ଥ ଜାତୀୟ ଜୁନିୟର ବାଳିକା ଓ ବାଳକ ସଫ୍ଟବେସବଲ୍ ପ୍ରତିଯୋଗୀତାର ଟ୍ରଫି ଉନ୍ମୋଚିତ ହୋଇଯାଇଅଛି। ଏହି ଉପଲକ୍ଷେ ଅଦ୍ୟ ୧୨.୩୦ ଘଣ୍ଟା ସମୟରେ ସ୍ଥାନୀୟ ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃତୀ ଦଳଗୁଡିକୁ ପ୍ରଦାନ କରାଯିବା୍କୁ ଥିବା ୬ଟି ଟ୍ରଫି ବିଧିବଦ୍ଧ ଭାବେ ଉନ୍ମୋଚନ ହୋଇଥିଲା। ସଂଘ ସଭାପତି ପ୍ରେମାନନ୍ଦ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ନିରାଡମ୍ବର ଉତ୍ସବରେ ପୂର୍ବତନ ନଗରପାଳ, ପୁରୀ, ଗୌରହରି ପ୍ରଧାନ, ପ୍ରାକ୍ତନ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଦିବାକର ପାତ୍ର, ଡକ୍ଟର ଦେବେନ୍ଦ୍ରନାଥ ତରେଇ, ହାଇ ଫିଟ ଅଧ୍ୟକ୍ଷ, କୃଷ୍ଣଚନ୍ଦ୍ର ପଣ୍ଡା ଟ୍ରଫି ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସମ୍ପାଦକ ଜିତେନ୍ଦ୍ରନାଥ ଦାସ, ସତୀକାନ୍ତ ପଟ୍ଟନାୟକ, ସିତେନ୍ଦ୍ର ନାଥ ଦାସ, ପାର୍ଥସାରଥି ମହାପାତ୍ର, ବିନୋଦିନୀ ମିଶ୍ର, ସଂଗ୍ରାମ କେଶରୀ ମହାପାତ୍ର, ଅରୁଣ କୁମାର ପଟ୍ଟନାୟକ, ଗୁରୁ ଗୋବିନ୍ଦ ପ୍ରିୟରଞ୍ଜନ ଚାନ୍ଦ, ପ୍ରୀତମ ଜଗଦେବ ଓ ମଧୁସୂଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀରେ ଜାତୀୟ ପ୍ରତିଯୋଗୀତା ସଫଳ କରିବା ଏବଂ ସୁନ୍ଦର ଭାବେ ପରିବେଷଣ କରିବା ପାଇଁ ନିବେଦନ କରାଯାଇଥିଲା।

Leave a Reply

Your email address will not be published. Required fields are marked *