ଜିଲ୍ଲା ପରିକ୍ରମା

ଜାତୀୟ ସଫ୍ଟବେସ୍ ବଲ୍ ଉଦ୍ଘାଟିତ

ପୁରୀ:୨୦/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ସଫ୍ଟବେସ ବଲ ଆସୋସିଏସନ ଆନୁକୂଲ୍ୟରେ ଚତୁର୍ଥ ଜାତୀୟ ସଫ୍ଟବେସ ବଲ ଚମ୍ପିୟାନସିପ୍ ଉଦ୍ଘାଟିତ ହୋଇଯାଇଛି। ଇଣ୍ଡୋର ଷ୍ଟାଡ଼ିୟମ ପରିସରରେ ଆୟୋଜିତ ଏହି ଚମ୍ପିୟାନ ସିପ୍ କୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ଏହା ଏକ ନୂତନ ଖେଳ ହେଲେ ମଧ୍ୟ ଏହାର ଉଜ୍ଜଳ ଭବିଷ୍ୟତ ରହିଛି। ଭାରତର ୧୮ଟି ରାଜ୍ୟରେ ବର୍ତମାନ ଏହି ଖେଳ ପ୍ରସାର ଲାଭ କରିଛି। ଯେ କୌଣସି ପ୍ରତିଯୋଗିତା ହେଉ ଖେଳାଳୀମାନେ ସେଥିରେ ନିଷ୍ଠାର ସହ ଅଂଶ ଗ୍ରହଣ କରିବା ଉଚିତ୍। ଲକ୍ଷ୍ୟ ସ୍ଥିରକରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସଫ୍ଟବେସ୍ବଲ ଆସୋସିଏନର ସଭାପତି ପ୍ରେମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପଣ୍ଡା ପ୍ରତିଯୋଗିତା ସଂପର୍କରେ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିବା ବେଳେ ସଫ୍ଟବେସ୍ବଲ ଫେଡ଼େରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ପୁରୁଷୋତମ ଜମ୍ତାବ୍ ଏହି ଖେଳର ଆରମ୍ଭ ଓ ଏହାର ଭବିଷ୍ୟତ ସଂପର୍କରେ ସୂଚନା ଦେଇଥିଲେ। ଉତ୍ସବରେ ଫେଡ଼େରେସନର ସଂପାଦକ ବାମଦେବ ସିନେ୍ଧ, ରାଜ୍ୟ ସଫ୍ଟବେସ୍ବଲ ଆସୋସିଏସନର ସଂପାଦକ ଜିତେନ୍ଦ୍ରନାଥ ଦାସ, ଜିଲ୍ଲା କ୍ରୀଡ଼ାଧିକାରୀ ନାରାୟଣ ବେହେରା, ଉପଦେଷ୍ଟା ଗୌରହରି ପ୍ରଧାନ ପ୍ରମୁଖ ମ‚ାସୀନ ଥିଲେ। ପରେ କ୍ରୀଡ଼ା ପତାକା ଉତୋଳନକରି ମନ୍ତ୍ରୀ ଶ୍ରୀ ମହାନ୍ତି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top