ଜାତୀୟ ଶିଶୁକନ୍ୟା ଦିବସ ପାଲିତ

କେନ୍ଦ୍ରାପଡା ୨୫/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଆଜି ସ୍ଥାନୀୟ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଟାଉନ ହାଇସ୍କୁଲରେ କୋରୁଆ ପଲ୍ଲିଶ୍ରୀ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନ ଓ ପାଟଳିପଙ୍କର ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ ଓ କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀ ସୁକାନ୍ତ କୁମାର ଜେନା ଉଦଘାଟନ କରିଥିଲେ। ଏହି ଅବସରରେ ଦୈାଡିଡିଆଁ, ପୁଚି, ଦଳଗତ ନୃତ୍ୟ ପ୍ରଭୃତି ପ୍ରତିଯୋଗିତାରେ ଏହି ଦୁଇ ଅନୁଷ୍ଠାନର ପିଲାଙ୍କ ସମେତ କୈାତୁକ ପୋଷାକ ଅଭିନୟ ପ୍ରତିଯୋଗିତାରେ କେନ୍ଦ୍ରାପଡା ପୈାରାଂଚଳର ବିଭିନ୍ନ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଅପରାହ୍ନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲିପ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ପୁଷ୍ପାଞ୍ଜଳୀ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟା ଡଃ ମୀନତି ପ୍ରଭା ଭୂୟାଁ ଅତିଥି ଭାବେ ଯୋଗଦେଇ କନ୍ୟା ସନ୍ତାନଙ୍କୁ ସୁରକ୍ଷା ପ୍ରଦାନ କରିପାରିଲେ ଦିବସ ପାଳନର ଲକ୍ଷ୍ୟ ପୁରଣ ହୋଇପାରିବ ବୋଲି କହିବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ସାମାଜିକ କର୍ମୀ ପ୍ରମୋଦ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ସଞ୍ଜୟ କୁମାର ମଥାନ, ଅଣ ଆନୁଷ୍ଠାନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିବେକାନନ୍ଦ ଅତବୁଦ୍ଧି, ବିଜୟଲକ୍ଷ୍ମୀ ବେହେରା, କନକଲତା ବେହେରା, ଅନନ୍ତ କିଶୋର ବେହେରା, ରାସବିହାରି ନାୟକ ପ୍ରମୁଖ ପ୍ରତିଯୋଗୀତା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଲ୍ଲିଶ୍ରୀ ମହିଲା ସମିତିର ସମ୍ପାଦକ ଶ୍ରୀକାନ୍ତ ନାୟକ, ଲୁଥେରାନ ମହିଳା ସମିତି ଶିଶୁଯତ୍ନ ଅନୁଷ୍ଠାନର ଅଧିକ୍ଷକ ସୁଜିତ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *