ଜାତୀୟ ଶିକ୍ଷା ଦିବସ ପାଳିତ

କୋରାପୁଟ ;ତା୧୧-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୈାଳନା ଅବୁଲ କାଲାମ ଆଜାଦଙ୍କ ଜନ୍ମତିଥି ନଭେମ୍ବର ୧୧ ତାରିଖରେ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଉଥିବା ବେଳେ କୋରାପୁଟ ସଦର ମହକୁମାସ୍ଥିତ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବସ ପାଳିତ ହୋଇଯାଇଛି ।ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ଣୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ କାକିରିଗୁମ୍ମା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁଶିଳା ମିଶ୍ର ଯୋଗଦେଇ ଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୈାଳନା ଅବୁଲ କାଲାମ ଆଜାଦଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀମାନଙ୍କ ସହ କସ୍ୁରବା ଗାନ୍ଧି ବାଳିକା ବିଦ୍ୟାଳୟର କର୍ମକର୍ତା ଓ ଯୁବ କବି ଅରୁଣ ସାହୁ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଦୀପ ପାତ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ଜେ.ଇ.ଏଲ.ସି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ପାତ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଥିଲା ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ , କମିଟିର ସଦସ୍ୟ /ସଦସ୍ୟା ,ବିଦ୍ୟାଳୟର ଶିକ୍ଷକ ରବିନ ମହାନନ୍ଦିଆ ଓ ଶିକ୍ଷୟତ୍ରୀ ରିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *