ଜାତୀୟ ରାଜପଥ ସ୍ଥାନରେ ନିର୍ମାଣ ହେଉଡଛି ଡ୍ରେନ, ବଡଚଣା ପୂର୍ତ୍ତବିଭାଗ ପାଲଟିଛି ଠିକାଦାରଙ୍କ ଲେଉଟିଆ କିଆରି

ଯାଜପୁର, ୧୯/୦୩, (ଓଡିଆ ପୁଅ/ମାନସ ରାଉତ.)- ବଡଚଣା ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା। ଓ ଗୃହ ମରମାତି ନାଆଁରେ ପ୍ରତିବର୍ଷ କୋଟି କୋଟି ଟଙ୍କା ବିନା ଟେଣ୍ଡରରେ ଚଳୁ କରୁଛନ୍ତି ଠିାକଦାର। ଚାରିବାଟିଆା ପୂର୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ବଡଚଣା ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହେଉଛି ଏଭଳି ଅନିୟମିତତା। ସହକାରୀ ଯନ୍ତ୍ରୀଙ୍କ ଅଧିନରେ ଥିବା ବିଭିନ୍ନ ରାସ୍ତା ଯଥା ବଡଚଣା-ଦର୍ପଣ, ଛତିଆ-କଳକଳା, ବଡଚଣା-ବାଲିଚନ୍ଦ୍ରପୁର, ବାଲିଚନ୍ଦ୍ରପୁର-ବରୁଆଁ ଓ ରତ୍ନଗିରି-ଉଦୟଗିରି-ଲଳୀତଗିରି ରାସ୍ତା ଗୁଡିକ ପୁନ ଉଦ୍ଧାର ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଅଛି। ଏହି ରାସ୍ତାର ନିର୍ମାଣ ଓ ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ଜରିଆରେ କିଛିଅଂଶ କାର୍ଯ୍ୟ କରାଯାଉଥିଲେ ବି ୬ ମାସ ନ ପୁରୁଣୁ ସେହି ରାସ୍ତା ଗୁଡିକରେ କେତେକ ଠିକାଦାର ଏଫ.-୨ ମାଧ୍ୟମରେ ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର ଏଷ୍ଟିମେଟ କରି ଅତି ନିମ୍ନମାନର କାର୍ଯ୍ୟକରି ଅର୍ଥ ହଡପ କରୁଥିବା ଦେଖିବାକୁ ମିଳୁଛି। ଦର୍ପଣ-ବଡଚଣା ରାସ୍ତାର କଡେ କଡେ ପ୍ରତିବର୍ଷ ବିନା ଟେଣ୍ଡରରେ ଠିକାଦାରଙ୍କ ଜରିଆରେ ଡ୍ରେନ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି। ନିର୍ମାଣର ଅଳ୍ପ କିଛିଦିନ ପରେ ସେହି ଡ୍ରେନ ଗୁଡିକ ପୋତି ହୋଇ ପଡୁଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ କରାଯାଉଥିବା ଏହି କାର୍ଯ୍ୟର ସୁଫଳ ଲୋକମାନ ଉପଲବଧି କରି ପାରୁନାହାନ୍ତି। ସେହିପରି ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ତାର ସୀାମା ନିର୍ଦ୍ଧାରଣ କରାଯାଇଅଛି। କିନ୍ତୁ ବଡଚଣା-ଦର୍ପଣ ରାସ୍ତାର ଚଣ୍ଡିଖୋଲ-ମହାବିନାୟକକୁ ସଂଯୋଗ କରୁଥିବା ବଙ୍ଗଳା ଛକ ଠାରେ ଜାତୀୟ ରାଜପଥର ପ୍ରାୟ ୫ମିଟର ଦୂରତ୍ୱରେ ଯାହା ରାଜପଥର ସୀମା ମଧ୍ୟରେ ଅନ୍ତଭୁକ୍ତ ସେଠାରେ ଏକ ଡ୍ରେନ ନିର୍ମାଣ କରାଯାଉଅଛି। ଆଉ ଅଳ୍ପ କିଛିଦିନ ପରେ ରାଜପଥ ସଂପ୍ରସାରଣ କାର୍ଯ୍ୟ କରାଗଲେ ଏହି ଡ୍ରେନର କୌଣସି ମୁଲ୍ୟ ରହିବ ନାହିଁ। ତଥାପି ସନ୍ତୁଷ୍ଟି କରଣ ପାଇଁ ବିବାଗ ପକ୍ଷରୁ ଏଭଳି ବ୍ୟବସ୍ଥା କରା୍ାଇଥିବା ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ପ୍ରତ୍ୟେକ ବର୍ଷ ଏହି ବିଭାଗରେ ଏଫ.-୨ ଜରିଆରେ ୫ଲକ୍ଷ ଟଙ୍କାର ଏଗ୍ରିମେଂଟ କରାଯାଇ କାମ ନକରି କେବଳ କାଗଜ କଲମରେ ବିଲ କରାଯାଉଥିବା ମଧ୍ୟ ଆଲୋଚନା ହେଉଛି। ବିଭାଗ ପକ୍ଷରୁ ଏଭଳି ଅନିୟମିତତା ନୂଆ ନୁହେଁ। ପ୍ରତ୍ୟେକ ବର୍ଷ ଠିକାଦାରଙ୍କ ଜରିଆରେ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଥିଲେ ବି ଚିର ନିଦ୍ରାରେ ଶୋଇଛନ୍ତି ବିଭାଗୀୟ ଅଧିକାରୀ। ଏଥିରୁ ସ୍ପଷ୍ଟ ହେଉଛି ଯେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରୁ କୋଟି କୋଟି ଟଙ୍କା ହଡପ ହେବା ସହ ବଡଚଣା ପୂର୍ତ୍ତ ବିଭାଗ ନେଉଟିଆ କିଆରୀ ପାଲଟିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ମଧ୍ୟ କାର୍ଯ୍ୟାଳୟରେ ତାଙ୍କ ଦେଖା ମିଳେ ନାହିଁ କିମ୍ବା ଫୋନ କଲେ ତାଙ୍କ ପାଖରୁ କୌଣସି ଉତର ମିଳେ ନାହିଁ। ସାଧାରଣ ଲୋକରେ କିଛି ତଥ୍ୟ ଜାଣିବା ଓ ଅଭିଯୋଗ ନେଇ କାର୍ଯ୍ୟଳୟ ଗଲେ ୩/୪ ଜଣ ସାଧାରଣ କର୍ମଚାରୀଙ୍କୁ ଛାଡି ଦେଲେ ସେଠାରେ କୌଣସି ଅଧିକାରୀଙ୍କ ଦେଖା ମିଳେ ନାହିଁ। ଏଥିପ୍ରତି ବିବାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *