ଟିଟିଲାଗଡ଼ ୨୫-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏନ.ଏଚ.୫୯ ର ଟିଟିଲାଗଡ଼ରୁ ମାତ୍ର ଏକ କି.ମି ଦୂର ସତିଘାଟ ଗ୍ରାମ ଦେଇ ଯାଇଥିବା ଏହି ମୁଖ୍ୟ ରାଜପଥର ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇ ପଡ଼ିରହିଛି। ଶହ ଶହ ଯାନ ବlହନ ଟ୍ରକ, ବସ ଚଳାଚଳ ସତ୍ତ୍ୱେ ଓ ଛୋଟ ବଡ ଦୁର୍ଘଟଣା ଘଟି ଆସୁଥିଲେ ବି କାହାରି ଦୃଷ୍ଟି ନାହିଁ। ଗ୍ରାମବାସୀ ଅନେକ ଥର ବି.ଡି.ଓ ତଥା ବିଭିନ୍ନ ଅଧିକାରୀଙ୍କୁ ଜଣାଇ ସୁଦ୍ଧା କିଛି ସୁଫଳ ନ ପାଇବା ଜଣାଇଛନ୍ତି। ତେବେ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଲିଖିତ ଆବେଦନ ପତ୍ର ପ୍ରେରଣ ସହ ରାଜପଥ ମରାମତି ନ ହେଲେ ବନ୍ଦ ରଖିବା ଚେତାବନୀ ଦେଇଛନ୍ତି।

Loading...