ଜିଲ୍ଲା ପରିକ୍ରମା

ଜାତୀୟ ରାଜପଥ ଦୂରବସ୍ଥାକୁ ନେଇ ଉଦ୍ବେଗ, ମନ୍ତ୍ରୀଙ୍କ ସହ ରାଜପଥ କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ୧୬ନଂ ଜାତୀୟ ରାଜପଥର ଦୂରାବସ୍ଥା ନେଇ ସଡକ ସୁରକ୍ଷା କମିଟିରେ ଉଦ୍ବେଗ୍ ପ୍ରକାଶ ପାଇଛି। ଜିଲା ଉପଖଣ୍ଡ ଆଖୁଆପଦାଠାରୁ ରାଣୀତାଲ ପର୍ଯ୍ୟନ୍ତ ଜାତୀୟ ରାଜପଥଟି ମରାମତି ଅଭାବରୁ ଏବେ ବିପଦ ସଂକୁଳ ହୋଇପଡିଛି। ବିଶେଷକରି ଖାଲି ଢିପ ସାଙ୍ଗକୁ ପିଚୁ ଉଠିଯାଇ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନଜର ନାହିଁ। ଏହାବ୍ୟତୀତୀ ଜାତୀୟ ରାଜପଥର କେତେ ଜନଗହଳି ସଂଖ୍ୟାଧିକ ଯାନବାହନ ଚଳାଚଳ ଓ ରାଜପଥପାର୍ଶ୍ୱ ଶିକ୍ଷାନୁଷ୍ଠାନ ଗୁଡିକରେ ଅଣ୍ଡରପାଶ୍ ଫ୍ଲାଏ ଓଭର ନିର୍ମାଣ ହୋଇନଥିବାରୁ ଯାତାୟତରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ବୃଦ୍ଧି ପାଉଛି। ଏହିସବୁ ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସମେତ ଏସ୍ପି ରାଜେଶ ପଣ୍ଡିତ, ଜାତୀୟ ରାଜପଥ ଡେପୁ୍ୟଟି ମ୍ୟାନେଜର ହରିପ୍ରସାଦ, ସାଇଟ୍ ଇଂଜିନିୟର ବିନୟ ମହାନ୍ତି, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଆରଟିଓ ବିରଞ୍ଚିନାରାୟଣ ଅଧିକାରୀ, ସହଯନ୍ତ୍ରୀ ପ୍ରତାପ ମଲ୍ଲିକ, ଜିଲା ଶିକ୍ଷାଧିକାରୀ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗ ଦେଇଥିଲେ। ଅନୁଷ୍ଠିତ ବୈଠକରେ ଶ୍ରୀ ସାମଲ ଜାତୀୟ ରାଜପଥର ଦୂରାବସ୍ଥା ନେଇ ଉଦ୍ବେଗ୍ ପ୍ରକାଶ କରିଥିଲେ। ଏହାବ୍ୟତୀତ ଜାତୀୟ ରାଜପଥର କେତେକ ଦୁର୍ଘଟଣା ପ୍ରବଣ ସ୍ଥାନରେ ଫ୍ଲାଏ ଓଭର ଅଣ୍ଡରପାସ୍ ନିର୍ମାଣ କରାଯିବା ସହ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସଡକ ସୁରକ୍ଷା ୩ ସଂକେତ ଲଗାଇବା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ସାମଲଙ୍କ ସହ ଜିଲାପାଳ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଆରଟିଓ ଜାତୀୟ ରାଜପଥ ବିପଦସଂକୁଳ ସ୍ଥାନଗୁଡିକର କ୍ଷେତ୍ରୀୟ ତଦନ୍ତ କରିଥିଲେ। ବିଶେଷକରି ଆଖଣ୍ଡଳମଣି ଛକ ଠାରୁ ଅଳ୍ପ ଦୂରରେ ନିର୍ମାଣ ହେବାକୁ ଥିବା ଜିଲା ହସ୍ପିଟାଲ ନିକଟସ୍ଥ ରାଜପଥରେ ଏକ ଅଣ୍ଡରପାସ୍ ନିର୍ମାଣ ସହ ନୂଆ ଜିଲା ଜଜ୍ କୋର୍ଟ, ଧାମନଗର ଛକ ଓ ରାଣୀତାଲ ନିକଟରେ ଏକ ଫ୍ଲାଏ ଓଭର ସହ ଚିଙ୍ଗୁଡିପୁରର ବହୁଦରଡା, ଭଣ୍ଡାରିପୋଖରୀ ମାର୍କେଟ୍, ମୋଟାଲ ଛକ, ନୂଆ ବସ୍ଷ୍ଟାଣ୍ଡ, ଚରମ୍ପା ବ୍ରିଜ୍, ଅସୁରା ଓ ରାହାଞ୍ଜ ଠାରେ ଯାନବାହନ ଅଣ୍ଡରପାସ୍ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ଅପରପକ୍ଷରେ ଜାତୀୟ ରାଜପଥର ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top