ଓଡ଼ିଶା

ଜାତୀୟ ରାଜପଥ କଡରେ ପେଟ୍ରୋଲ ପମ୍ପ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ

କେନ୍ଦୁଝର, ୦୪ା୧୧ (ଓଡ଼ିଆ ପୁଅ/ପ୍ରଦୀପ ମହାନ୍ତି) : କେନ୍ଦୁଝର ସହରର ବହୁ ଗୁରୁତ୍ୱପୂର୍ଣ୍ଣ ରାସ୍ତାମାନଙ୍କରେ ଘଣ୍ଟା ଘଣ୍ଟା ଧରି ଭାରୀଯାନ ଅଟକି ରହୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଜାତୀୟ ରାଜପଥ ୪୯ରେ ମଧ୍ୟ ଖଣିଜ ସଂପଦ ପରିବହନ କରୁଥିବା ଟ୍ରକ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି। ଦୈନନ୍ଦିନ ଗନ୍ଧମାର୍ଦ୍ଦନ ଲୈହଖଣିରୁ ୧ହଜାରରୁ ଉର୍ଦ୍ଧ ଟ୍ରକ ଲୋଡିଂ ହୋଇ ଆସୁଥିବାବେଳେ ଟ୍ରାନ୍ସପୋର୍ଟରମାନେ ଡଙ୍ଗାପାଣିଠାରେ ଥିବା ବିଏସ ଫୁୱେଲ ଏବଂ ଅଂଜରଠାରେ ଥିବା ବଳଦେବଜୀଉ ଫିଲିଂ ଷ୍ଟେସନ ପେଟ୍ରାଲ ପମ୍ପରେ ଡିଜେଲ ପକାଇବା ପାଇଁ ସ୍ଲିପ ଦେବା ସହ ଚାଲାଣ କାଟୁଥିବାରୁ ଦୈନନ୍ଦିନ ଏହି ଦୁଇ ପେଟ୍ରୋଲ ପମ୍ପ କଡରେ ଶହ ଶହ ଟ୍ରକ ଛିଡା ହୋଇ ରହୁଥିବାରୁ ନାହିଁ ନଥିବା ରାସ୍ତା ଜାମ ହେଉଛି। ପେଟ୍ରୋଲ ପମ୍ପ ମାଲିକ ଏଥିପାଇଁ ବେଶ ଲାଭବାନ ହେଉଥିବାବେଳେ ରାସ୍ତାରେ ଯାଉଥିବା ପଥଚାରୀ, ବସ, ଆମ୍ବୁଲାନ୍ସ, ସ୍କୁଲ ବସ, ଛୋଟ ଯାନବାହାନ ଏବଂ ଅନ୍ୟ ଜରୁରୀକାଳୀନ କାମରେ ଯାଉଥିବା ଗାଡି ଜାମରେ ଫସି ଘଣ୍ଟା ଘଣ୍ଟା ଧରି ଅଟକି ରହି ହିନସ୍ଥା ହେଉଛନ୍ତି। ପେଟ୍ରାଲ ପମ୍ପକୁ ଆସୁଥିବା ଟ୍ରକ ଜାତୀୟ ରାଜପଥ ୪୯ କଡରେ ଲମ୍ବା ଲାଇନ ହୋଇ ଛିଡା ହେଉଥିବାରୁ ଏପରି ସମସ୍ୟା ଦେଖାଯାଉଥିବା ଅଭିଯୋଗ ହେଉଛି। କେନ୍ଦୁଝର ସହର ମଧ୍ୟରେ ନୋ-ଏଣ୍ଟି୍ର ଜୋନ ସମୟରେ ମଧ୍ୟ ଶହ ଶହ ଟ୍ରକ ଖଣିଜପଥର ପରିବହନ କରୁଥିବାରୁ କେନ୍ଦୁଝର ସହରଠାରୁ ଶୁଆକାଟୀ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଉଗ୍ରରୂପ ଦେଖାଦେବା ସହ ଦୈନନ୍ଦନ ଦୂର୍ଘଟଣା ମଧ୍ୟ ହେଉଛି। ଏ ସଂପର୍କରେ ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ଡଙ୍ଗାପାଣିଠାରେ ଥିବା ବିଏସ ଫୁୱେଲରେ ଚାଲାଣ କାଟିବା ପାଇଁ ମନା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top