ଜିଲ୍ଲା ପରିକ୍ରମା

ଜାତୀୟ ରାଜପଥରେ ଦୁର୍ଘଟଣା ରୋକିବାକୁ ଦାବି

ରାଉରକେଲା ୧୯-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ପାନପୋଷ ଠାରୁ ବାରକୋଟ ପର୍ଯ୍ୟନ୍ତ ଲମ୍ବିଥିବା ୧୪୩ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଥିବା ବେଳେ ସମୟ ସମୟରେ ଦୁର୍ଘଟଣା ଘଟି ଅକାଳରେ ନିରୀହ ଜୀବନ ଯାଉଛି। ଏହି ରାସ୍ତାରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ପ୍ରଶାସନ ନୀରବଦ୍ରଷ୍ଟ୍ରା ସାଜିଛି ବୋଲି ଦକ୍ଷିଣ ରାଉରକେଲା ଜଗନ୍ନାଥ ସଂସ୍କୃତି ଜାଗରଣ ମଂଚ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଜାତୀୟ ରାଜପଥ-୧୪୩ରେ ଦୁର୍ଘଟଣା ରୋକିବାକୁ ପ୍ରଶାସନ ଧ୍ୟାନ ଦିଅନ୍ତୁ ବୋଲି ମଂଚର ସଦସ୍ୟ ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି। ମଂଚ ପକ୍ଷରୁ ଅଭିଯୋଗ କରାଯାଇଛିଯେ, ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ, ବେପରୁଆ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଭଙ୍ଗ କରିବା କାରଣରୁ ଦୁର୍ଘଟଣା ବଢିବାରେ ଲାଗିଛି। ଏହା ସତ୍ୱେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ। ମଂଚର ସଦସ୍ୟମାନେ ପ୍ରକାଶ କରିଥିଲେଯେ, ଗତ କିଛି ଦିନ ମଧ୍ୟରେ ତରକେରା ପମ୍ପ ହାଉସ ଠାରୁ ହାତୀବନ୍ଧା କାଟିନ ଛକ ପର୍ଯ୍ୟନ୍ତ ବହୁ ଦୁର୍ଘଟଣା ଘଟି ଅନେକ ଲୋକ ପ୍ରାଣ ହରାଇଛନ୍ତି। କେବଳ ଗତ ଜୁନ ଓ ଜୁଲାଇ ମାସରେ ୪ରୁ ଉର୍ଦ୍ଧ ଜୀବନ ଗଲାଣି। ଦୁର୍ଘଟଣାରେ ଆହତ ଲୋକଙ୍କ ମଧ୍ୟରୁ ଏବେ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବାରମ୍ବାର ଦୁର୍ଘଟଣା ଘଟିବାରୁ ଲୋକେ ଏହି ଜାତୀୟ ରାଜପଥ ଦେଇ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏପରି ଅବସ୍ଥାରେ ରାସ୍ତା ପ୍ରଶସ୍ତିକରଣକୁ ନେଇ ପଦ୍ମ ଘୁଂଚି ଘୁଂଚି ଯାଉଛି ବୋଲି ମଂଚର କର୍ମକର୍ତା ମାନେ ଅଭିଯୋଗ କରିଥିଲେ। ସେମାନେ ଆହୁରି ମଧ୍ୟ କହିଥିଲେଯେ, ଦେଓଗାଁ ଓ ରଙ୍ଗିଲା ଛକରେ ଟ୍ରାଫିକ ପୁଲିସ ମୁତୟନ କରାଯିବା ସହ ଗାଡ଼ି ଚଳାଚଳ ଉପରେ ବେଗ ନିୟନ୍ତ୍ରଣ, ମଦ୍ୟପ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆଦି ପ୍ରଶାସନ ପକ୍ଷରୁ ତୁରନ୍ତ ନିଆଯିବା ଆବଶ୍ୟକ। ଅନ୍ୟଥା ଆଗାମୀ ଦିନରେ ଏହି ରାସ୍ତାରେ ଦୁର୍ଘଟଣା ରୋକିବା ଅସମ୍ଭବ ହୋଇପଡ଼ିବ ବୋଲି କୁହାଯାଇଛି। ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଅନୁଷ୍ଠାନ ପକ୍ଷରୁ ଆବାହକ ଖଗେଶ୍ୱର ଦାସ(କାଳିଆ ନନା), ଗୋପୀନାଥ ଦାସ, ବିପିନ ଲେଙ୍କା, ରାଜକିଶୋର ପରିଡ଼ା, ଗୌରାଙ୍ଗ ନାୟକ, କେଶବ ସାହୁ, ଦୁର୍ଯୋଧନ ଖୁଂଟିଆ, ସୁଶାନ୍ତ ରାଉତ, ବାବୁ କର, ବିନୟ ବେହୁରିଆ, ଅରୁ ଦାସ, ଭଜ ରାଉତ ପ୍ରମୁଖ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top