ଜିଲ୍ଲା ପରିକ୍ରମା

ଜାତୀୟ ଯୁବ ମହୋତ୍ସବରେ ଯାଜପୁରର ଝିଅ ସଂଘମିତ୍ରାର କୃତିତ୍ୱ

ଯାଜପୁର, ୧୫/୧(ଓଡିଆପୁଅ/ମାନସ ରାଉତ)- ସର୍ବଭାରତୀୟ ୨୨ତମ ଜାତୀୟ ଯୁବ ମହୋତ୍ସବ ଉତର ପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଗୌତୁମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଯୁବ ମହୋତ୍ସବରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ବଡନଛିପୁର ଗ୍ରାମର ବେଣୁଧର ଦଳାଇଙ୍କ ନାତୁଣୀ ସଂଘମିତ୍ରା ଦଳାଇ ପ୍ରତିଯୋଗିତାରେ ଯୋଗ ଦେଇଥିଲେ। ସେଠାରେ ଆୟୋଜିତ ସଟଫୁଟ ପ୍ରତିଯୋଗିତାରେ ଭାଗନେଇ ଫାଇନାଲ ରାଉଣ୍ଡରେ ୩ୟ ସ୍ଥାନ ଅଧିକାର କରି ଓଡିଶା ପାଇଁ ସଫଳତା ଆଣିଛନ୍ତି। ସେଠାରେ ତାଙ୍କୁ ଜାତୀୟ ଯୁବ ମହୋତ୍ସବ ପକ୍ଷରୁ ଗୋଲ୍ଡ ମେଡାଲ ଦିଆଯାଇ ପୁରସ୍କୃତ କରାଯାଇଥିଲା। ପ୍ରକାଶ ଥାଉକି ଏହି ଯୁବ ମହୋତ୍ସବ ଜାନୁଆରୀ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି। ସଂଘମିତ୍ରା ଜଣେ ଓଡିଶାର ପ୍ରତିଭାବାନ କ୍ରୀଡାବିତ ଅଟନ୍ତି ଓ ବିଭିନ୍ନ ସ୍ଥାନରେ ସମାଜ ସେବାରେ ନିଜକୁ ନିୟୋଜିତ କରି ସୁନାମ ଅର୍ଜନ କରିଥାନ୍ତି। ଜାତୀୟ ଯୁବ ମହୋତ୍ସବରେ ସାରା ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ୬ ହଜାରୁ ଉର୍ଦ୍ଧ ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରିଛନ୍ତି। ସଂଘମିତ୍ରାର ସଫଳତା ପାଇଁ ବିଧାୟକ ପ୍ରଣବ ବଳବନ୍ତ ରାୟ, ଧର୍ମଶାଳା କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀନାଥ ମିଶ୍ର, ଜିଲ୍ଲା କଂଗ୍ରେସ ଓବିସି ସେଲର ଅଧ୍ୟକ୍ଷ ସଂଜୟ ରାୟ, ସମାଜସେବୀ ବଟକୃଷ୍ଣ ନାୟକ, ନିରଞ୍ଜନ ଦଳାଇ, ପ୍ରୟାସ ସଭାପତି ଭାରତ ଭୁଷଣ ପଣ୍ଡା, ସିଡ୍ର ସଭାପତି ମାନସ କୁମାର ରାଉତ, ସାମାଜିକ କର୍ମୀ ଦେବବତ୍ର ରାଉତ, ବିକ୍ରମ କିଶୋର ଜେନା, ନେହୁରୁ ଯୁବ କେନ୍ଦ୍ର ସଂଯୋଜକ ବଡଚଣାର ଅନୀତା ବେହେରା, ଡଲି ବିଶ୍ୱାଳ, ସୁଧାଂଶୁ ସାମଲ, କାଦମ୍ବିନି ପଣ୍ଡିତ, ଅନୀତା ସାହୁ, ଚିତ ରଂଜନ ଜେନା, ପ୍ରିୟ ଦର୍ଶନୀ ସମାଲ, ଲକ୍ଷ୍ମୀପ୍ରିୟା ଓଝା, ମିତ୍ର ମୌସୁମୀ ସମାଲ, ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଗଙ୍ଗାଧର ବେହେରା, ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top