ଜିଲ୍ଲା ପରିକ୍ରମା

ଜାତୀୟ ପୃଷ୍ଟି ସପ୍ତାହ ପାଳନ

ଭଦ୍ରକ,୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)  –  ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତର ନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚୁଡାକୁଟୀ ଅଙ୍ଗନବାଡି ସେକ୍ଟର ପକ୍ଷରୁ ଜାତୀୟ ପୃଷ୍ଟି ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଓ ଶୋଭାଯାତ୍ରା କରାଯାଇଥିଲା । ଚୁଡାକୁଟୀ, ଦଇପୁର, କୁସୁମା, ନାରାଣପୁର, ତାମ୍ପଳା, ଠାକୁରପାଟଣା, ବିଦ୍ୟାଧରପୁର, ସରେଇ ଆଦି ଗ୍ରାମ ପରିକ୍ରମା କରାଯାଇଥିଲା । ଏଥିରେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ, କିଶୋରୀ ବାଳିକା ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପରେ ଏକ ସଚେତନତା ସଭାରେ ସିଡିପିଓ ରେଣୁବାଳା ଦାସ, ସୁପରଭାଇଜର ଆରତୀ ବେହେରା, ସରପଞ୍ଚ ସରସ୍ୱତୀ ବେହେରା, ଫାର୍ମାସିଷ୍ଟ ଶ୍ରୀକାନ୍ତ ପାଢୀ ପ୍ରମୁଖ ଯୋଗଦେଇ ଜାତୀୟ ପୃଷ୍ଟି ସପ୍ତାହ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ ବିଳାସିନୀ ଘୋଷ, ସୁନନ୍ଦ୍ରା ମହାପାତ୍ର, ଦମୟନ୍ତି ନାଥ, ରଜନୀ ଧଳ, ମିନାବତୀ ସୂଆର, ରଜନୀ ଦାସ, ଲିପ୍ସା ରାଉତ, ପ୍ରଭାତୀ ସାହୁ, ସୌମ୍ୟତ୍ରୀମୟୀ ପଣ୍ଡା, ସ୍ନେହଲତା ବେହେରା, ଜ୍ୟୋତ୍ସ୍ନାରାଣୀ କେଶ, ସସ୍ମିତା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top